ନୟାଗଡ଼ ଜିଲ୍ଲା ସ୍ତରୀୟ ନୂଆ -ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ,, ଲାଠିପଡ଼ା ପଡିଆ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ଛନ୍ତି, ଜିଲ୍ଲା ପାଳଙ୍କ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲାପାଳ, ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ପ୍ରମୁଖ ଉପସ୍ଥିତ ରହିଥିଲେ, ନୟାଗଡ଼ ଜିଲ୍ଲା ର ବିଭିର୍ନ ମହାବିଦ୍ୟାଳୟ ରୁ 11ହଜାର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି, ପ୍ରତ୍ୟକପ୍ରତିଯୋଗିତା ର ପ୍ରଥମକୁ 20ହଜାର ଟଙ୍କା,, ଦ୍ୱିତୀୟ ଙ୍କୁ 15ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ 10ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପାଳ ସୂଚନା ଦେଇ ଛନ୍ତି,ପ୍ରତି 50ଜଣ ଛାତ୍ର ଛାତ୍ରୀ ପାଇଁ ଜଣେ ଅଧ୍ୟାପିକା ତଥା ଅଧ୍ୟାପକ ଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆ ଯାଇଛି,
ଛାତ୍ର ଛାତ୍ରୀ ମାନେ ବସ ଯୋଗେଆସିବା ପାଇଁ ବ୍ୟବସ୍ଥା କରାଯାଇଛି, କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାଗ୍ରହଣ କରାଯାଇଥିବା ଜିଲ୍ଲା ପାଳ ସୂଚନା ଦେଇ ଛନ୍ତି, ଏହି ଅବସର ରେ ଦିନ 10ଘଟିକା ସମୟ ରୁ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ରହିଥିବା ଜଣାଯାଇଛି, କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ର ସମସ୍ତ ବିଧାୟକ ଓ ସାଂସଦ ଙ୍କୁ ସାମିଲ ହେବାକୁ ଅନୁରୋଧ କରାଯାଇଥିବା ଜିଲାପାଳ କହିଛନ୍ତି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ଟୁଡ଼େ