ନୟାଗଡ଼ ସହରରେ ନିର୍ମାଣ କରାଯାଉଥିବା ବିଶ୍ଵ ସ୍ତରୀୟ ବଲାଙ୍ଗୀ ପାର୍କରେ ଆସନ୍ତା କାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ନୟାଗଡ଼ ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାତ ଏବଂ ପାଥ ୱେକୁ ବିଧାୟକ ଡ. ଅରୁଣ କୁମାର ସାହୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । କାଲି ଅପରାହ୍ନ ୪ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହା ସହିତ ଉକ୍ତ ସ୍ଥାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମେଲୋଡ଼ି ସାଙ୍ଗକୁ ଦର୍ଶକ ବରା ଏବଂ ଘୁଗୁନିର ମଜା ନେବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ପୌର ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।