ନୟାଗଡ଼ ଖେଳ ପଡିଆ ରେ ଆସନ୍ତା 28ତାରିଖ ସନ୍ଧ୍ୟା ସମୟ ରେ ଅନୁଷ୍ଠିତ ହେବ ଦିନିକିଆ ଫ୍ଲଡ଼ ଲାଇଟ ଫୁଟବଲ ଟୁର୍ନାମେଣ୍ଟ, ଏଥି ନିମନ୍ତେ ସଜେଇ ହୋଇଛି ନୟାଗଡ଼ ଖେଳ ପଡିଆ, ଉକ୍ତ ଖେଳ ପଡିଆ ରେ ପ୍ରତ୍ୟକ ବର୍ଷ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି,ଗତ ବର୍ଷ ସର୍ବ ଭାରତୀୟ ଫୁଟୁବଲ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ରେନୟାଗଡ଼ ବିଧାୟକ ଡ଼ ଅରୁଣକୁମାର ସାହୁ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରିବାର ପ୍ରତିଶୃତି ଦେଇଥିଲେ, ଖେଳାଳି ମାନେ ଉତ୍ସାହିତ ହୋଇଥିଲେ, ପ୍ରତିଶୃତି ମୁତାବକ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରିଛନ୍ତି ଡ଼. ସାହୁ,ଏଥି ନିମନ୍ତେ ଆସନ୍ତା 28ତାରିଖ ରେ 4ଗୋଟି ଦଳ କୁ ନେଇ ଫୁଟୁବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ,

ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ସିନ୍ଦୁରିଆ 786ୟୁଥ କ୍ଳବ, ନୟାଗଡ଼ ଡିଷ୍ଟିଟ ଅଥଲେଟିକ ଆସୋସିଏସନ ଓ ମଣିଙ୍ଗକ୍ଳବ ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ, ଏଥିରେ ମଙ୍ଗଳା କ୍ଳବ କଟକ, ଜଗା ଯୁନାଇଟେଡ଼ ଭୁବନେଶ୍ୱର, ନୟାଗଡ଼ ଇଲେଭେନ, ଓ ଉତ୍କଳ ସ୍ପୋର୍ଟିଂ ଜଟଣୀ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହେବ,

ଏହି ବୈଠକ ରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ଏନଏସି ର ପୂର୍ବତନ ଚେୟାରମ୍ୟାନ ସୁବୋଧ ପଟ୍ଟନାୟକ,ରାମକୃଷ୍ଣ ରଥ,ଅମୀୟ ସାହୁ, ହଜରତ ଅଲ୍ଲୀ ଖାଁ,ଆଲୋକ କୁମାର ଦାସ,ଏସକେ ନଇଁମ, ଏସକେ ଯୁସୁବ,ଅନୱାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ,ଉକ୍ତ ପ୍ରସ୍ତୁତି ବୈଠକ ରେ ବହୁ ଖେଳ ପ୍ରେମୀ ଯୋଗ ଦେଇ ଥିଲେ