ଇଟାମାଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ,ଇଟାମାଟି ଆନୁକୁଲ୍ୟରେ ଓ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ- ଶିକ୍ଷୟିତ୍ରୀ, ଛାତ୍ର -ଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ,ପଣସ,ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ।

ବୃକ୍ଷରୋପଣ ର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ ମାନେ ଏନ୍. ସି. ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛ ବଂଚାଇରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସଂପାଦକ ଡ.ରଙ୍ଗନାଥ ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

You might also like