ନୟାଗଡ଼ ଇଲେ କ୍ଟ୍ରୋନିକସ ହାଉସ ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କା ର ଧନସମ୍ପତି, ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୟାଗଡ଼ ଓଡ଼ଗାଁ ରାସ୍ତା ରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ, ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତା ରେଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ ବିଳମ୍ବିତ ରାତି ପ୍ରାୟ ସାଢେ 3ଟା ସମୟ ରେ ଉକ୍ତ ଶୋ ରୁମ ରେ ସଟସର୍କିଟ ଯୋଗୁ ଭୟାବହ ଅଗ୍ନି କାଣ୍ଡ ଘଟି ଥିଲା,
ଖବର ପାଇ ସୋରୁମ ର ମାଲିକ ମିଲୁ ମହାପାତ୍ର, ଓ ତାଙ୍କ ପରିବାର ଲୋକ ଘଟଣା ସ୍ଥଳ ରେ ପହଂଚି ଅଗ୍ନି ସମ ବିଭାଗ କୁ ଖବର ଦେଇ ଥିଲେ, ନୟାଗଡ଼ ଅଗ୍ନି ସମ ବିଭାଗ କର୍ମଚାରୀ ପହଂଚି ଅଢେଇ ଘଣ୍ଟା ପରେ ଲାଗି ଥିବା ନିଆଁ କୁ ଆୟତ କରିଥିଲେ, ତେବେ ସୋରୁମ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି, କୋଟିଏ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ନେଇ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି