ଇ-ଶ୍ରମ କାର୍ଡ ଯଦି କରିନାହାନ୍ତି ଜଲଦି କରିନିଅନ୍ତୁ

ଭାରତ ସରକାର ଅସଙ୍ଗଠିତ ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକ ଜାତୀୟ ଡାଟାବେସ୍ ଲଞ୍ଚ କରିଛନ୍ତି । ମୋଦୀ ସରକାର ଇ–ଶ୍ରମ ପୋର୍ଟାଲ ବିକଶିତ କରିଛନ୍ତି, ଯେଉଁଥିରେ ସେମାନଙ୍କ ଆଧାର କାର୍ଡ ସହ ସଂଯୁକ୍ତ କରାଯିବ । ଦେଶରେ ୩୮ କୋଟିରୁ ଅଧିକ ଅସଙ୍ଗଠିତ ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ ହେବେ । ଇ – ଶ୍ରମ ପୋର୍ଟାଲ ଅନ୍ତର୍ଗତ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ରହିଛି । ପଞ୍ଜୀକରଣ ପରେ ଶ୍ରମିକମାନଙ୍କୁ ଏକ ସ୍ୱତନ୍ତ୍ର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ୟୁଏଏନ ସହିତ ଏକ ଇ–ଶ୍ରମ କାର୍ଡ ପ୍ରଦାନ କରାଯିବ । ସେମାନଙ୍କର ରୋଜଗାର ଯୋଗ୍ୟତା ଓ ସାମାଜିକ ସୁରକ୍ଷା ଯୋଜନାର ଲାଭକୁ ବିସ୍ତାର କରିବା ପାଇଁ ଏଥିରେ ନାମ, ବୃତ୍ତି, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା ପ୍ରକାର ଏବଂ ପାରିବାରିକ ବିବରଣୀ ଇତ୍ୟାଦିର ବିବରଣୀ ରହିବ । ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀ ଏବଂ ଅନ୍ୟମାନଙ୍କ ସହିତ ଅସଂଗଠିତ ଶ୍ରମିକମାନଙ୍କର ଏହା ହେଉଛି ପ୍ରଥମ ଜାତୀୟ ଡାଟାବେସ୍ ।

ଲାଭ କଣ –
ସମସ୍ତ ପଞ୍ଜୀକୃତ ଅସଂଗଠିତ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ମାଧ୍ୟମରେ ଏକ ବର୍ଷ ପାଇଁ ଦୁର୍ଘଟଣା ବୀମା କଭରେଜ୍ ପ୍ରଦାନ କରାଯିବ । ଏଥିପାଇଁ ପଞ୍ଜୀକରଣ ୨୬ ଅଗଷ୍ଟରୁ ଆରମ୍ଭ ହୋଇଛି । ଇ-ଶ୍ରମ ପୋର୍ଟାଲରେ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ରାସ୍ତାଘାଟ ବିକ୍ରେତା, ଘରୋଇ ଶ୍ରମିକ, ଦୁଗ୍ଧଚାଷୀ, ଟ୍ରକ୍ ଡ୍ରାଇଭର, ମତ୍ସ୍ୟଜୀବୀ, କୃଷି ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କୁ ସାମିଲ କରାଯିବ । ଇ-ଶ୍ରମ କାର୍ଡ ସମଗ୍ର ଦେଶରେ ଗ୍ରହଣୀୟ ହେବ । ପଞ୍ଜୀକରଣ ପରେ ଶ୍ରମିକ ପି.ଏମ.ଏସ.ବି.ୱାଇ ଅଧୀନରେ ଆକସ୍ମିକ ବୀମା କଭର ଏବଂ ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଏବଂ ଆଂଶିକ ଅକ୍ଷମତା ପାଇଁ ୧ ଲକ୍ଷ ଟଙ୍କା ପାଇବେ । ଜରୁରୀକାଳୀନ ଏବଂ ଜାତୀୟ ମହାମାରୀ ଭଳି ପରିସ୍ଥିତିରେ ଅସଂଗଠିତ ଶ୍ରମିକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏହି ଡାଟାବେସ୍ ବ୍ୟବହାର କରାଯାଇପାରିବ ।

କେମିତି କରିବେ ଆବେଦନ –
୧. ଇ – ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ eshram.gov.in କୁ ଲଗ୍ ଇନ୍ କରନ୍ତୁ ।
୨. ହୋମପେଜରେ ଥିବା ରେଜିଷ୍ଟ୍ରେସନ୍ ଅନ୍ ଇ – ଶ୍ରମ ଲିଙ୍କରେ କ୍ଲିକ୍ କରନ୍ତୁ ।
୩. ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଏବଂ କୋଡ଼ ଏଣ୍ଟର କରନ୍ତୁ ଏବଂ ଓଟିପି ଉପରେ କ୍ଲିକ୍ କରନ୍ତୁ ।
୪. ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ।

You might also like
Leave a comment