ଈଶ୍ୱରଙ୍କ ସାନଧ୍ଯ ଏବଂ ସତ ମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ

ଈଶ୍ଵରଙ୍କ ସାନିଧ୍ଯ ଏବଂ ସତ ମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ । ଆଜିର ବ୍ୟସ୍ତ ବିହୁଳ ଜୀବନରେ ଶରୀର, ମନ ଏବଂ ଆତ୍ମା କୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ । ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାର ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା କୋଲହାନ ବିଶ୍ଵବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବା ନନ୍ଦ ।ନୟାଗଡ ପୁରୁଣା ସହର ସ୍ଥିତ ରାଜବାଟି ସଭା ଗୃହ ରେ ପ୍ରତ୍ୟହ ଚାଲୁଥିବା ଯୋଗ ଶିବିର ରେ ବୁଧବାର ପ୍ରତ୍ୟୁଷରେ ଯୋଗ ଦାନ କରି ଆଚାର୍ଯ୍ୟ ଶିବା ନନ୍ଦ ଶିବିରାର୍ଥୀ ମାନଙ୍କୁ ଯୋଗ ଏବଂ ଆଧ୍ୟାତ୍ମିକତା ଉପରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ । ନୟାଗଡ଼ ଯୋଗ ଶିବିରର ସଭାପତି ପ୍ରତାପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ପ୍ରହଲ୍ଲାଦ ସାହୁ, ସରୋଜିନୀରଣ ସିଂହ, ସମ୍ପାଦକ ସୁଦର୍ଶନ ପ୍ରଧାନ , ସହ ସମ୍ପାଦକ ଗୋପୀ ନାଥ ସେଠି ଙ୍କ ସମେତ ନିରୂପମା ପଟ୍ଟନାୟକ, କାଳନ୍ଦୀଚରଣସାଦୁ, ସତ୍ୟନାରାୟଣ ସାହୁ, ସରୋଜ କୁମାର ବାରିକ, ଚକ୍ରଧର ସାହୁ , ହାଡ଼ିବନ୍ଧୁ ସାହୁ ଏବଂ ସମସ୍ତ କର୍ମକର୍ତ୍ତା ତଥା ୫୦ ରୁ ଉର୍ଦ୍ଧ୍ଵ ଶିବିରାର୍ଥୀ ଯୋଗଦାନ କରିଥିଲେ ।

You might also like