ସୂଚନା ଅନୁସାରେ ସନ୍ଧ୍ୟା 6ଘଟିକା ସମୟ ରେ ଇଟାମାଟି ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଓଡିଶା ସାହିତ୍ୟ ଏକାଡେମୀ ଓ ଯଦୁ ମଣି କ୍ଳବ ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଆଶୁକବି ଯଦୁମଣି ମହାପାତ୍ର ଙ୍କ 245ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଛି, ଏହି ଅବସର ରେଶିକ୍ଷାବିତ ଓ ପ୍ରାକ୍ତନ ସଦସ୍ୟ ଓଡିଶା ସାହିତ୍ୟ ଏକାଡେମୀ ତଥା ଯଦୁମଣି କ୍ଳବ ରସଭାପତି ଅଶୋକ କୁମାର ନାୟକ ଙ୍କ ସଭାପତିତ୍ବ ରେ ଉଦଘାଟକ ରୂପେ ନୟାଗଡ଼ ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଏହି ଜୟନ୍ତୀ ସମାରୋହ କୁ ଉଦଘାଟନ କରିଥିବା ବେଳେଜିଲପରିଷଦ ଅଧକ୍ଷଦେବାଶିଷ ପଟ୍ଟନାୟକ ବିଶିଷ୍ଟ ଅତିଥି ରୂପେ ବରିଷ୍ଠ ସାହିତ୍ୟିକ ଦାସ ବେନହୁର,ସଂମ୍ମାନିତ ,ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପୁର୍ଣଚନ୍ଦ୍ର ମହାପାତ୍ର, ବ୍ୟଙ୍ଗ କବି କବି ସତ୍ୟାନାଶ,, ତଥା ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ଅଗ୍ରୱାଲ ଯୋଗ ଦେଇ ଥିଲେ,ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥି ବକ୍ତବ୍ୟ ମାଧ୍ୟମ ରେ ଆଜି ଆଶୁ କବି ଯଦୁମଣିମହାପାତ୍ର ଙ୍କ ଜୟନ୍ତୀ, ସେ ଥିଲେ ଇଟା ଓ ମାଟି ର କବି, ସେ ଥିଲେ ହସ ବିକୁଥିବା କବି, ନିରୁତା ଜୀବନ ରେ ହାସ୍ୟ ରସ ଭରି ଜୀବନକୁ ହାସ୍ୟ ମୟ କରିବାରେ ସେ ଥିଲେ ସିଦ୍ଧହସ୍ତ, ବିସ୍ମୟ, ବିଚକ୍ଷଣ, ବିନ୍ଧାଣି ଶବ୍ଦ ର ଯାଦୁଗର ଥିଲେଆଶୁକବି ଯଦୁ ମଣି ମହାପାତ୍ର, ଯାହାଙ୍କୁ ଓଡ଼ିଆ ଉତ୍କଳ ଘଣ୍ଟ ନାମରେ ଜଣେ ଶୁଣେ ଓ ପଢେ,ଓ ତାଙ୍କ ସମାଲୋଚନା ତାଙ୍କ ସୃଜନୀ ସମାଜ କୁ ଅନେକ ଶିକ୍ଷଣୀୟ ବାର୍ତା ଦିଏ, କେବଳ କବିତା ନୁହେଁ, ଚିତ୍ର ଅଙ୍କିବାରେ ସିଦ୍ଧ ହସ୍ତ ସିଏ,ନିଜର ଚିତ୍ର କଳା, ଓ କାଷ୍ଟମୂର୍ତ୍ତି ନିର୍ମାଣ ନିଜ କୌଳିକ ବୃତ୍ତି ଥିବାରୁ ସେ ଏଥିରେ ନିଜ ପରିବାର ର ଗୁଜୁରାଣ ମେଣ୍ଟାଉ ଥିଲେ, ଆଉ ଏହାହିଁ ଥିଲା ତାଙ୍କ ପ୍ରତିଭା ର ଅନ୍ୟ ଏକ ଫର୍ଦ,, ନିଜର ଶାଣିତ କଲମମୁନ ରେ କବିତାର କଟାକ୍ଷ ବାଣ ମାରୁଥିଲେ, ଯାହାକି ସମାଜ ଉପଯୋଗୀ ଥିଲା,
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି,ରାଜା ସିନା ପୂଜା ପାଏ ଆପଣା ଦେଶ ରେ,କବି ପୂଜା ପାଉଥାଏ ଦେଶ ବିଦେଶ ରେ ଓ ଛାମୁ ଦେଲେ ହରଷେ,ଏହି ପଦ ଗୁଡିକ ଆଜି ଲୋକ ଙ୍କ ମୁହଁ ରେ ଆପେ ଆପେ ବାହାରି ଆସେ ଏହି ଜୟନ୍ତୀ ରେ ଉତ୍କଳ ଘଣ୍ଟ ଆଶୁକବି ଯଦୁ ମଣି ମହାପାତ୍ର ଙ୍କୁ କୋଟି କୋଟି ପ୍ରଣାମ ବୋଲି କହିଥିଲେ, ଏହି ଅବସର ରେ କବି ଗୋଦାବରୀଶ ମିଶ୍ର ଙ୍କ ଅପୂର୍ଣ୍ଣ ଅଭିଷେକ, ଡ଼ ସୁକାନ୍ତି ମହାନ୍ତି ଙ୍କ ଚନ୍ଦ୍ରକାନ୍ତି ଟୀକା, ଓ ଅନାବନା,ଏବଂ ହରପ୍ରିୟା ଦିବେଦୀ ଙ୍କ ବିଶ୍ୱ ଧ୍ୱନି ପୁସ୍ତକ ଉନ୍ମୋଚନ ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,