ଉତ୍କଳ ଜ୍ୟୋତି ସଂମ୍ମାନ ରେ ସଂମ୍ମାନିତ ହୋଇ ନୟାଗଡ଼ ପାଇଁ ଗୌରବ ଆଣିଲେ ବିଶ୍ୱବିଜିତା

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ ଷଷ୍ଠ ଶ୍ରେଣୀର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ଉତ୍କଳଜ୍ୟୋତି ସଂମ୍ମାନରେ ସଂମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ | ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ତା. 17.10.24 ରିଖ ଗୁରୁବାର ଭୁବନେଶ୍ୱର କଳିଙ୍ଗବୁଦ୍ଧ ମନ୍ଦିର ସଭାମଞ୍ଚରେ ଓଡିଶା ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବିଶ୍ୱବିଜିତାଙ୍କୁ ଉତ୍କଳଜ୍ୟୋତି ସଂମ୍ମାନ ପ୍ରଦାନ କରିଥିଲେ |

ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ୱରଚିତ କବିତା, ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ଲିଖିତ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସର୍ବଗୁଣ ସମ୍ପର୍ଣ୍ଣ ଛାତ୍ରୀ /ଛାତ୍ରଙ୍କୁ ଏହି ସଂମ୍ମାନ ପ୍ରଦାନ କରାଯାଇଥାଏ |ବିଶ୍ୱବିଜିତା ବ୍ଲକ ସ୍ତରଠୁ ଆରମ୍ଭକରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ବକୃତା, ବିଜ୍ଞାନମେଳା, ଗୀତ ଇତ୍ୟାଦି ରେ ଭାଗନେଇ ସରକାରୀ ଏବଂ ବେସରକାରୀ ପ୍ରତିଦ୍ବନ୍ଦୀତାରେ ସଫଳତାର ସହ ପ୍ରଥମସ୍ଥାନ ଅଧିକାରକରି ଅନେକବାର ପୁରସ୍କୃତ ହୋଇଛନ୍ତି |

“ଉତ୍କଳଜ୍ୟୋତି ” ସଂମ୍ମାନ ପାଇବାପରେ ସର୍ବସାଧାରଣ, ଅଭିଭାବକ, ଗୁରୁଜନମାନଙ୍କ ଠାରୁ ଶୁଭେଚ୍ଛା ଓ ଆଶୀର୍ବାଦ ମିଳୁଛି |ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ର ସମ୍ପାଦକ ଶ୍ରୀଧର ସାହୁ, ପ୍ରଧାନଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ସମସ୍ତ ଗୁରୁଜୀ /ଗୁରୁମା ବିଶ୍ୱବିଜିତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି |

You might also like