ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀ ପାର୍କରେ ଆଜି ପୌରପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳ ପ୍ରପାଦ ନିର୍ମାଣ କରାଯାଇଛି ।

ଏହା ବଲାଙ୍ଗୀ ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ମେଲୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠ ଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ସ୍ଵରରେ ଝୁମିଲେ ଦର୍ଶକ ।

ବିଧାୟକଙ୍କ ସହ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ ।

ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା ।ଏହି ଅବସରରେ ବିଧାୟକ ଡ.ସାହୁ ତାଙ୍କ ବକ୍ତବ୍ୟରେ ନୟାଗଡ଼ ସହରର ବିକାଶ ଓ ଉନ୍ନତୀକୁ ସର୍ବଦା ଗୁରୁତ୍ଵ ଦିଆଯାଉଥିବା କହିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।