“ଉତ୍ସାହ” ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ, ନୟାଗଡ
ନୟାଗଡ, ତାରିଖ 23/10/25 – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜ଼ିଲ୍ଲା ପ୍ରଶାସନ ମିଳତ ଆନୁକୂଲ୍ୟରେ 3 ଗୋଟି ଶିଶୁ ଗୃହରେ ଥିବା ଅନ୍ତେବାସୀ ଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗୀ ମାନ ଆଜି ନୟାଗଡ ଷ୍ଟାଡିଅମ ଠାରେ “ଉତ୍ସାହ – ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ” ଅନୁଷ୍ଠିତ ହୋଇଥିଲା ।ଏହି ଏକ ମାତ୍ର ଉଦ୍ଦେଶ୍ୟ ସେମାନଙ୍କ ଭିତରେ ଲୁକାୟିତ ପ୍ରତିଭାକୁ ଅନୟୁସନ କରିବାର ଏହା ଉଦେଶ୍ୟ,ଜିଲ୍ଲାର ବିଭିନ୍ନ ଶିଶୁଗୃହ ର 90 ଜଣ ପିଲାମାନଙ୍କୁ ନେଇ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା,ଶିଶୁମାନଙ୍କୁ ଏକ ମଞ୍ଚ ମିଳିବା, ଯେଉଁଠାରେ ସେମାନେ ନିଜ କ୍ରୀଡା କୌଶଳ, ସଚେତନତା ଦେଖାଇପାରିବେ ।

ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲା ପାଳ ରୋଜିନା ଦାସ ଅଂଶ ଗ୍ରହଣ କରି ପ୍ରତି ଯୋଗୀ ମାନଙ୍କୁ ପ୍ରତି ଯୋଗିତା ଭାଗ ନେବାକୁ ଉଚ୍ଚାହିତ କରିଥିଲେ ଓ ରାଜ୍ୟ ସ୍ତରରେ ଭାଗ ନେଇ ନୟାଗଡ଼ ଜ଼ିଲ୍ଲା କୁ ଗୌରବ ଆଣିବା ପାଇଁ ଉଦବୋଧନ ଦେଇଥିଲେ,ଜ଼ିଲ୍ଲା ଶିଶୁସୁରକ୍ଷା ୟୁନିଟ ର ସିବିୟନ ପ୍ରଧାନ, ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ସୁବ୍ରଂଶୁ ଶେଖର ମିଶ୍ର ନୟାଗଡ ମହୋଦୟା /ମହୋଦୟ ଉପସ୍ଥିତ ଥିଲେ । ଏହିପରି କ୍ରୀଡା ଉତ୍ସବ ଶିଶୁମାନଙ୍କ ମନୋବଳ ବୃଦ୍ଧି କରେ ଓ ସେମାନଙ୍କ ମଧ୍ୟରେ ସ୍ୱସ୍ଥ ପ୍ରତିସ୍ପର୍ଧା ଭାବ ଗଢ଼େ।” ଓ ବିଭିନ୍ନ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟ କ୍ରମକୁ ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ, ଆଇନ ଅଧିକାରୀ ମହାମୋଦ ଅର୍ସଦ ଅଂଶରୀ,ଅଣ ଅନୁଷ୍ଠାନିକ ଅଧିକାରିଣୀ ଶୈଳବାଳା ଦାସ, ଚନ୍ଦ୍ରଶେଖର ବେହେରା ଚାଇଲଡ ହେଲ୍ପ ଲାଇନ୍ନ କଉଁନ ସିଲର ଏହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ.ଉତ୍ସବରେ ଶିଶୁମାନେ ଦୌଡ଼, ଲମ୍ବ ଲାଫ, 100/200 ମିଟର ଦୌଡ଼,ଚେସ, କ୍ୟାରମ ଓ ଦଳୀୟ କ୍ରୀଡାରେ ଯୋଗଦେଲେ । ଜିତୁଥିବା ଶିଶୁମାନଙ୍କୁ ପୁରସ୍କାର ଓ ସ୍ମୃତିଚିହ୍ନ ଦିଆଯାଇଥିଲା । ଜିତିଥିବା ପ୍ରାଥୀଭା ମାନେ ରାଜ୍ୟ ସ୍ତରୀୟ ଙ୍କୁ ପଠା ଯିବ.ଏହି ଏକ ଦିବଶିୟ କ୍ରୀଡା ସଫଳ ସମାପନ ଭାବେ ପରିଚାଳିତ ହୋଇଥିଲା ପରେ ଶିଶୁମାନେ ଆନନ୍ଦ ଓ ଉତ୍ସାହ ସହିତ ନିଜ ଗୃହକୁ ଫେରିଥିଲେ.