ଉଦଯାପିତ ହେଲା ବରପଲ୍ଲୀ ହାଇସ୍କୁଲ ରେ ଚାଲିଥିବା ସଂସ୍କୃତ ଅଭ୍ୟାସ ଶିବିର, ସଂସ୍କୃତ ରେ ନାଟକ ପରିବେଷଣ କଲେ ଶିକ୍ଷାର୍ଥୀ ।

ସ୍ଥାନୀୟ ବରପଲ୍ଲୀ ହାଇସ୍କୁଲ ରେ ଅଖିଳଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶ ଦିନ ଧରି ଚାଲିଥିବା ସରଳସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ଜୟକୃଷ୍ଣ ସାହୁ ମୁଖ୍ୟଅତିଥି, ଶିକ୍ଷକ ସୁଦର୍ଶନ ପ୍ରଧାନ ମୁଖ୍ୟବକ୍ତା ଏବଂ ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତଅତିଥିଭାବେ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ ଓ ଶ୍ରୀଧର ସାହୁ ଯୋଗଦେଇ ସଂସ୍କୃତଭାଷାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ।

ସଭାରେ ବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ଘଡେ଼ଇ ଓ ଶିକ୍ଷକ ଉଦେରାମ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ ଏହି ଶିବିର ପରିଚାଳନା କରୁଥିଲେ। ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଭିଲିପସା ନାୟକ, ସଂସ୍କୃତ ଗୀତଗାନରେ ଜ୍ୟୋତିର୍ମୟୀ ରାଉତ ଓ ଭାଷଣରେ ଶୁଭମ୍ ପ୍ରଧାନ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଏକ ସଂସ୍କୃତ ନାଟକର ପରିବେଷଣ କରାଯାଇଥିଲା ଦାଶଙ୍କର ବ୍ୟଙ୍ଗ ଅଭିନୟ ସମସ୍ତଙ୍କୁ ବିଭୋର କରିଥିଲା। ପରିଶେଷରେ ସଂସ୍କୃତ ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

You might also like