ନୟାଗଡ଼ ସହର ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ସହରର ଥିବା ସମସ୍ତ କାର୍ଯ୍ୟାଳୟର ଗେଟ ଗୁଡ଼ିକୁ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଉଛି । କିଛି ଦିନ ପରେ ଏହା ନୂଆ ରୂପରେଖ ନେବ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କଠିନ ପରିଶ୍ରମ ଲାଗି ଏଭଳି ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରୁଛି । ବିଗତ ଦିନରେ ଥିବା ନୟାଗଡ଼ର ସହର ଓ ଆଜି ର ସହର ଭିତରେ ଅନେକ ଫରକ ଦେଖିବାକୁ ମିଳିଛି । ଏଭଳି ବିକାଶ ଧାରାରେ ସାମିଲ ହୋଇଛି ନୟାଗଡ଼ ବ୍ଲକରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ।

ଅତ୍ୟାଧୁନିକ ନିର୍ମାଣ ଶୈଳୀରେ ଏହି ସମ୍ମିଳନୀ କକ୍ଷକୁ ନିର୍ମାଣ କରାଯାଇଛି ।ଏଥି ନିମନ୍ତେ ଦେଢ଼ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଉନ୍ନତ ସାଉଣ୍ଡ ବ୍ୟବସ୍ଥା ସହ ଶୀତ ତାପ ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଛି । ଆଜି ଏହି ଅତ୍ୟାଧୁନିକ ସମ୍ମିଳନୀ କକ୍ଷକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ।

ଏହି ଅବସରରେ ନୟାଗଡ଼ ବ୍ଲକରୁ ନିର୍ବାଚିତ ହୋଇଥିବା ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ଏକ ନିଆରା ପ୍ରୟାସ । ନୟାଗଡ଼ ବିକାଶର ସ୍ମୃତି ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ , ସୁବାଷ କଅଁର, କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ବିଡିଓ ପଦ୍ମଚରଣ ସାହୁ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।