ଉପକାରାଗାର ସ୍ଥାନାନ୍ତର ପ୍ରସଙ୍ଗ, ସାମ୍ବାଦିକଙ୍କ ଧାରଣା ସ୍ଥଗିତ
ନୟାଗଡ଼ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ନେଇ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ଶିବନାରାୟଣ ଦାସ ଓ ଜ୍ୟୋତି ରଞ୍ଜନ ମହାରଣା ପ୍ରମୁଖ ଉପକାରାଗାର ସମ୍ମୁଖରେ ଶୁକ୍ରବାର ଠାରୁ ଧାରଣାରେ ବସିଥିଲେ। ଖଣ୍ଡପଡ଼ା ମାନ୍ୟବର ଵିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ବାଇଁ ଶନିବାର ଧାରଣାସ୍ଥଳରେ ପହଞ୍ଚି ୨ ସାମ୍ବାଦିକଙ୍କୁ ବୁଝାଇବା ସହ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆସନ୍ତା ୭ ଦିନ ମଧ୍ଯରେ ସମସ୍ଯାର ସମାଧାନ ହେବ ବୋଲି ଦୃଢ ପ୍ରତିଶୃତି ଦେଇ ସାମ୍ବାଦିକଙ୍କୁ ଧାରଣାରୁ ଫଳରସ ପିଆଇ ଉଠାଇଥିବା ଜଣାପଡିଛି। ତେବେ ବିଧାୟକଙ୍କ ପ୍ରତିଶୃତି ପରେ ଧାରଣାକୁ ସ୍ଥଗିତ ରଖାଗଲା ବୋଲି ୨ ସାମ୍ବାଦିକଙ୍କ ଠାରୁ ପ୍ରକାଶ।ନୟାଗଡ଼ ରୁ ଜିତୁନ କୁମାର ମହାପାତ୍ର ଙ୍କରିପୋଟ ଲିଭ ଲାଇଭ ଓଡ଼ିଆ