ଏସଏଚଜି ମହିଳାଙ୍କ ଋଣ ଛାଡ଼ କଂଗ୍ରେସ ଗ୍ୟାରେଣ୍ଟି କୁ ବିଭିନ୍ନ ମହିଳା ଗୋଷ୍ଠୀ ସମର୍ଥନ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୂଣ ସମ୍ପୂର୍ଣ୍ଣ ଛାଡ଼, ରାଜ୍ୟର ପ୍ରତ୍ୟେକ ଘର ମୁଖ୍ୟ ମହିଳା ଙ୍କୁ ମାସିକ ୨000 ଟଙ୍କା ଆର୍ଥିକ ପ୍ରତ୍ସହନ, ମହିଳାଙ୍କୁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ୫00 ଟଙ୍କାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗାଣ, କୃଷି ଋଣ ଛାଡ, ବେକାରୀ ଭତ୍ତା ୩000 ଟଙ୍କା ପ୍ରଦାନ ପାଇଁ କଂଗ୍ରେସ ଗ୍ୟାରେଣ୍ଟି କୁ ସ୍ୱାଗତ କରି ନୟାଗଡ ବ୍ଲକ ବିଭିନ୍ନ ଏସଏଚଜି ଗୋଷ୍ଠୀ ମହିଳା ଏବଂ ଗ୍ରୀନକାର୍ଡ ସଂଘ କାର୍ଯ୍ୟକର୍ତା ମାନେ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କୁ ସାକ୍ଷାତ କରି କଂଗ୍ରେସ ଦଳକୁ ସମର୍ଥନ କରିବା ସହ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କୁ ସାକ୍ଷାତ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି l