ଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼, ୨୮/୧୦: ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମାତା ଝୁନୁ ଦେବୀ ଉଭୟେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ବେଳେ ଚିନ୍ମୟୀ ଏବେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚିନ୍ମୟୀଙ୍କ ଏହି ଅପୂର୍ଵ ସଫଳତାରେ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ, ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ,ଉଷାରାଣୀ ପ୍ରଧାନ,ଅନସୂୟା ମିଶ୍ର, ଭବାନୀ ଆଚାର୍ଯ୍ୟ,ସ୍ମିତା ମଲ୍ଲିକ,ମାନସ କୁମାର ସାହୁ ପ୍ରମୁଖ ପୁଷ୍ପଗୁଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

You might also like