ଓଡିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଶାଖା ନୟାଗଡ଼ ପକ୍ଷରୁ ଓଡିଶା ସରକାର ଉଦେଶ୍ୟ ରେ ଜିଲାପାଳଙ୍କ ଜରିଆରେ ଆଶା କର୍ମୀ ଙ୍କ ବିବିଧ ସମସ୍ୟା ନେଇ ତହସିଲଦାର ଙ୍କୁ କାର୍ଯ୍ୟାଳୟ ରେ 7ଦଫା ଦାବି ପତ୍ର ପ୍ରଦାନ

ସୂଚନା ଅନୁସାରେ ବିବିଧ ସମସ୍ୟା ନେଇ ଆଜି ସକାଳ 11ଘଟିକା ସମୟ ରେ ଓଡିଶା ରାଜ୍ୟ ଆଶା କର୍ମୀ ସଙ୍ଘ ନୟାଗଡ଼ ଶାଖା ପକ୍ଷରୁ ସମସ୍ତ ଆଶା କର୍ମୀ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରେ ପହଂଚି ଜିଲାପାଳଙ୍କ ଜରିଆରେ ତହସିଲଦାର ଙ୍କୁ 7ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି,, ଭାରତ ସରକାର ଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ରେ ଦେଶ ରେ ପ୍ରାୟ 6ଲକ୍ଷ ଆଶା କର୍ମୀ ଓ ପ୍ରାୟ ହଜାର ହଜାର ଆଶା ତୃଣ ମୂଳ ସ୍ତର ରେ ନିୟୋଜିତ ଅଛନ୍ତି,, ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଲୋକ କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟସୂଚନା ସର୍ବେକ୍ଷଣ, ଟୀକାକରଣ ପରିମଳ, ମାତୃ ଓ ଶିଶୁ ର ଯତ୍ନ, ଔଷଧ ବିତରଣ, ସହିତ ଅନ୍ୟାନ୍ୟ, ଅନୁସଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସଂମ୍ମାନଜନକ ସ୍ଥାୟୀ ବେତନ ଓ ଭତ୍ତା ପ୍ରଦାନ କରା ଯାଇନାହିଁ,ଆଶା କର୍ମୀ ଙ୍କ ସହଯୋଗ ରେ ସମଗ୍ର ଦେଶ ରେ ସ୍ଵାସ୍ତ୍ୟ କ୍ଷେତ୍ର ରେ କ୍ରାନ୍ତି କାରି ପରିବର୍ତନ ଦେଖି ବାକୁ ମିଳିଛି, ଯାହାକୁ ବିଶ୍ୱ ସଂଗଠନ ମଧ୍ୟ ପ୍ରଶଂସା କରିଛି, ଆଶା କର୍ମି ମାନଙ୍କ ଦ୍ୱାରା ସହଜ ରେ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟ ସୁବିଧା ଗୁଡିକଲାଭ ପହଂଚି ପାରୁଛି,

ସେମାନଙ୍କ ର କାର୍ଯ୍ୟ କୁ ପ୍ରଶଂସାକରି ଉଭୟ ସରକାର ଓ ସମାଜ ସେମାନଂକୁ ସ୍ୱାସ୍ଥ୍ୟ ବିଭାଗ ର ମେରୁଦଣ୍ଡ ବୋଲି ବିବେଚନା କରନ୍ତି, କିନ୍ତୁ ସରକାର ସେମାନଙ୍କ ଜୀବିକା ଏବଂ ପରିବାରର ରକ୍ଷଣାବେକ୍ଷଣ ପ୍ରତି ଉପ ଯୁକ୍ତ ଧ୍ୟାନ ଦେଉନାହାନ୍ତି, କୋଭିଡ ସମୟ ରେ ଆଶା କର୍ମଚାରୀ ମାନେ ନିଜ ଜୀବନ କୁ ବାଜି ଲଗେଇ କାମ କରିଛନ୍ତି, ସରକାର ନିର୍ଦେଶ କୁ ବ୍ୟକ୍ତି ଗତ ଭାବେ ପାଳନ କରି ନିଜକୁ ବିପଦ ରେ ପକାଇ ସମାଜକୁ କୋଭିଡରୁ ରକ୍ଷା କରିବା ରେ ପ୍ରମୁଖ ଗ୍ରହଣ କରିଥିବା ବେଳେ ଜୀବନ ଶୈଳୀ ରେ ସରକାର ଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇନାହିଁ, ଏହାକୁ ନେଇ ବହୁ ସମସ୍ୟା ଥିବା ବେଳେ ତାକୁ ଆଧାର କରି ଆଶା ମାନଙ୍କ ପକ୍ଷରୁ ସରକାର ଙ୍କ ଉଦେଶ୍ୟ ରେ ଜିଲ୍ଲା ପାଳଙ୍କ ଜରିଆରେ ତହସିଲଦାର ଙ୍କୁ 7ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି, ଆଶା ମାନଙ୍କ ର ବୃହତ ସ୍ୱାର୍ଥ କୁ ଆଧାର କରି7ଦଫା ଦାବି ସରକାରପୂରଣ କରିବା ପାଇଁସଙ୍ଘ ପକ୍ଷରୁ ଦାବି କରାଯାଇଛି

You might also like