ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନା ମୁଁହି ,କୁରାଳ, ଗିରିଡ଼ି ପଲ୍ଲୀ ଓ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଧବାର ଆମ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ବ୍ଲକ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ଓ ଏନଏସି କାର୍ଯ୍ୟ ନିବାହୀ ଅଧିକାରୀ ଦୁଃଶାସନ ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ତହସିଲଦାର ମାନସ ରଞ୍ଜନ ଭୋଇ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ଡ଼ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ଜନହିତକର କାର୍ଯ୍ୟ କରି ଆସୁଛନ୍ତି ।
ପ୍ରତ୍ୟେକ ବ୍ୟକ୍ତି ବିଏସକେୱଇ କାର୍ଡ଼ ପାଇ ବିଭିନ୍ନ ଚିକିତ୍ସାର ସୁଯୋଗ ପାଇପାରୁଛନ୍ତି । ସେହିପରି ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଋଣ ସହାୟକ ଯୋଗାଇ ଦେବା, ମୋ ସ୍କୁଲ ଓ ମୋ କଲେଜ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଠାରୁ ଯୁବକମାନଙ୍କୁ କ୍ରୀଡା ମାଧ୍ୟମରେ ଆଗକୁ ନେବା ବିଭିନ୍ନ କାର୍ଯ୍ୟ କରିପାରିଛନ୍ତି ବୋଲି ମତ ରଖିଥିଲେ । ଠିକ ସେହିପରି ଏଲଇଡ଼ି ସ୍କ୍ରିନ ମାଧ୍ୟମରେ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯୋଜନା ସଂକ୍ରାନ୍ତରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନା କରାଯାଇଥିଲା ।ଅନ୍ୟପକ୍ଷେ କୁରାଳ ପଞ୍ଚାୟତରେ ୪୭ ଲକ୍ଷ ବ୍ୟୟ ଅଟକଳରେ ନୂତନ ଆରଆଇ କାର୍ଯ୍ୟାଳୟ,ନେଳିଆ ସାହି ଗୋଷ୍ଠୀ ଗୃହ, ସୁବୁଦ୍ଧି ସାହି ବିଶ୍ରାମ କେନ୍ଦ୍ର ଓ ଗୋଲା ସାହି ବିଶ୍ରାମ କେନ୍ଦ୍ରର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଓ ବିଭିନ୍ନ ପଞ୍ଚାୟତରେ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ପୁସ୍ତିକା ବିଧାୟକ ଦ୍ୱାରା ଉନ୍ମୋଚିତ ହୋଇଥିଲା ଓ ସମସ୍ତ ଜନସାଧାରଣଙ୍କୁ ବଣ୍ଟନ ମଧ୍ୟ କରାଯାଇଥିଲା ।
ସରପଞ୍ଚ ବିଜନ ପାଇକରାୟ, ମିନତୀ ପ୍ରଧାନ, ରୀନା ନାୟକ, ସମବାୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁ ଓ ସମିତି ସଭ୍ୟା କନକ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ । ଏହି ସଚେତନତା କାର୍ଯ୍ୟ କ୍ରମରେ ପଞ୍ଚାୟତ ର ଆଶା ଦିଦି, ମିଶନ ଶକ୍ତି, କୃଷି ବିଭାଗ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।