ଓଡ଼ଗାଁ ବ୍ଳକ୍ ରେ କଂଗ୍ରେସ ଦଳର ସାଂଗଠନିକ ଶକ୍ତି ବ୍ରୁଦ୍ଧି ପାଇଁ ଓଡ଼ଗାଁ ସିଭିଲ କୋର୍ଟ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ୱରେ କଂଗ୍ରେସ କାର୍ଯ୍ଯାଳୟ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଏକ କର୍ମୀ ସମ୍ମୀଳନୀ ଆୟୋଜିତ ଦଳୀୟ ସମ୍ମିଳନୀରେ ଜିଲ୍ଲା ସାଂଗଠନିକ ପ୍ରଭାରୀ ତଥା ପିସିସି ଉପସଭାପତି ବିଭୂତି ମିଶ୍ର, ଓ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାରଙ୍କ ଆହ୍ୱାନକ୍ରମେ ବୁଥ୍ ସ୍ତରରୁ ଦଳକୁ ମଝବୁତ୍ କରିବା ପାଇଁ ବୁଥ୍ କମିଟି, ପଂଚାୟତ କମିଟି ଏବଂ ଜୋନ୍ କମିଟି କରି ଲୋକଙ୍କ ସମସ୍ୟା ସହ ମିଶି କାର୍ଯ୍ଯ କରିବା ପାଇଁ ଆହ୍ବାନ ଦେଇଥିଲେ।
ଓଡଗାଁ ବ୍ଳକ ଏବଂ ଏନ୍ଏସି, ତହସିଲ, ଏବଂ ବିଭିନ୍ନ ବିଭାଗରେ ଦୁର୍ନିତୀ ବୁଡି ରହିଥିବାରୁ ଖୁବଶୀଘ୍ର କଂଗ୍ରେସ ଦଳ ତରଫରୁ ଏକ ବିକ୍ଷୋଭ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଥିଲେ। ଏହି କର୍ମୀ ସମ୍ମୀଳନୀରେ ଯୋଗଦେଇ କଂଗ୍ରେସ ନେତା ମନୋଜ ସାହୁ, ସତ୍ୟବ୍ରତ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶ, ଓଡ଼ଗାଁ ନଗର କଂଗ୍ରେସ ସଭାପତି ଜଗନ୍ନାଥ ନାୟକ, ଗିରିଜା ଶଙ୍କର ମହାନ୍ତି, ବ୍ଳକ କଂଗ୍ରେସ ଉପସଭାପତି ବିଭୂତି ରାଉତ, ଯୁବ କଂଗ୍ରେସ ରାଜ୍ଯ ସଂପାଦକ ପ୍ରତୀକ ମହାପାତ୍ର, ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ପ୍ରମୁଖ କଂଗ୍ରେସ ନେତା ଯୋଗଦେଇ ବିଜେଡି-ବିଜେପି ର ଦୁର୍ନିତୀ, ଭ୍ରଷ୍ଟାଚାର ବିରୋଧରେ ଗର୍ଜିବା ସହିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତି ଓ ସମସ୍ତେ ମିଶି ଲଢିବା ନେଇ ମତ ଦେଇଥିଲେ।