ଓଡ଼ଗାଁ ଫରେଷ୍ଟର ରେଞ୍ଜର ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ

ଓଡ଼ଗାଁ-ତା ୨୧-୦୩-୨୪ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିନସ୍ଥ ଓଡ଼ଗାଁ ଫରେଷ୍ଟର ରେଞ୍ଜ ର ବନପାଳ ଶ୍ରୀମତୀ ସରିତା ବରାଳ ଙ୍କୁ ବିଶ୍ୱ ବନ ଦିବସ -୨୦୨୪ ପାଇଁ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର,ଦଶ ହଜାର ଟଙ୍କା ର ଚେକ ସହିତ ଏକ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।ଶ୍ରୀମତୀ ବରାଳ ଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏହି ଉତ୍ସବରେ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୂ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ଅତିଥି,ଶ୍ରୀଯୁକ୍ତ ଦେବଦତ୍ତ ବିଶ୍ୱାଳ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ, ଓ ଶ୍ରୀଯୁକ୍ତ ସୁଶାନ୍ତ ନନ୍ଦ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ସଂରକ୍ଷକ ତଥା ବନପ୍ରାଣୀ ତତ୍ୱବାଧାରକ ଓଡିଶା ସଂମାନିତ ଅତିଥି ଭାବରେ ଯୋଗ ଦେଇ ବନ ସଂରକ୍ଷଣ ସହିତ କିପରି ପରିବେଶର ସୁରକ୍ଷା କରାଯାଇପାରିବ ଯାହାଦ୍ୱାରା ଜଳବାୟୁ ପରିବର୍ତ୍ତନରେ ସହାୟକ ହୋଇପାରିବ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( ପି ଓ ଏସ ଏମ୍ )ଙ୍କ ତତ୍ୱବାଧାନରେ ପରିଚାଳନା କରାଯାଇଥିଲା ।

You might also like