ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ଭାପୁର ବ୍ଲକ ଫତେଗଡ ଗ୍ରାମରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ଦିନ ୧୦ମ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ, ଆୟୋଜିତ ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ବାରିକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ମଞ୍ଜୁଲତା ସେଠି ଓ ଖଣ୍ଡପଡ଼ା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ବିଦ୍ୟାଧର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଥମେ ଅତିଥି ସ୍ବାଗତମ୍ ସଙ୍ଗୀତ ଗାନ କରାଯାଇ , ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମାଞ୍ଚଳ ସ୍ତରରେ ଶିକ୍ଷା ବ୍ୟବସ୍ଥା ର ସୁଧାର ଆଣିବା ସହିତ ଗୁଣବତ୍ତା ଶିକ୍ଷା ପାଇଁ ୨୦୧୫ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ ।

ତେଣୁ , ପ୍ରତିବର୍ଷ ବ୍ଲକରୁ ମୋଟ ୮୦ ଜଣ ମେଧାବୀ ଛାତ୍ରଛାତ୍ରୀ ୬ଷ୍ଟ ଶ୍ରେଣୀରେ ନାମ ଲେଖାଇ ଅଧ୍ୟୟନ କରିଥାନ୍ତି । ମଞ୍ଚାସନ ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ନୂତନ ଜ୍ଞାନ ଆହରଣ କରିବାକୁ ଶିକ୍ଷା କୁହାଯାଏ ।

ଜିଜ୍ଞାସାବୋଧ ଜାଗ୍ରତା ନିହାତି ଜରୁରୀ ଏବଂ ଅଜଣା କୁ ଜାଣିବା ପାଇଁ ଯେଉଁ ଆଗ୍ରହ ଥାଏ ତାହା ହେଉଛି ଶିକ୍ଷା, ଛାତ୍ରଛାତ୍ରୀ ମାନେ ନିଜକୁ ସୁପ୍ରତିଷ୍ଠିତ କରିବା ସହିତ ସମାଜ କୁ ମଧ୍ୟ ସୁସଂଗଠିତ କରିବାରେ ସହାୟକ ହୋଇଥାନ୍ତି ବୋଲି ଅତିଥିମାନେ ମୂଲ୍ୟବାନ ମତପ୍ରକାଶ କରିଥିଲେ । ବିଦ୍ୟାଳୟ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ସ୍ମୃତି ରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଉପସ୍ଥିତ ଥିଲେ

You might also like