ସୂଚନା ଅନୁସାରେ ଆଜି 12ଘଟିକା ସମୟ ରେ ଓଡିଶା ଆଶା କର୍ମୀ ଆସୋସିଏସନ ସିଆଇଟିୟୁ ପକ୍ଷରୁ ବିଭିର୍ନ ସମସ୍ୟା ନେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପଣ୍ଡୁସର ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆଶା କର୍ମୀ ଙ୍କ 17ଦଫା ଦାବି ସମ୍ବଳିତ ଦାବି କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ରାଜ୍ୟ ସରକାରଙ୍କ ବାର୍ଷିକ ବଜେଟ ପରିପେକ୍ଷୀ ରେ ବିଧାନ ସଭାସମ୍ମୁଖରେ 10ମାର୍ଚ୍ଚ 2025ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସମ୍ପର୍କ ରେ ଚେତାବନୀ ଦେଇ ଛନ୍ତି, ଏଥି ସହଦୀର୍ଘ 19ବର୍ଷ ହେଲା ଆଶାକର୍ମୀ ମାନେ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଦମକଳ ବାହିନୀ ଭଳି କାମ କରି ସ୍ୱାସ୍ଥ୍ୟ କ୍ଷେତ୍ର କୁ ଅପହଞ୍ଚ ସ୍ଥାନ ରେ ପହଞ୍ଚାଇ ଛନ୍ତି, 45ଓ 46ତମ ଶ୍ରମ ସମ୍ମିଳନୀ ରେ ନିଷ୍ପତି କ୍ରମେ ସରକାରୀ ସ୍ତର ରେ ସମସ୍ତ କର୍ମଚାରୀ ନିୟମିତ କର୍ମଚାରୀ ର ମାନ୍ୟତା ସହ ମାସିକ ସର୍ବ ନିମ୍ନ ଦରମା ପାଇବାକୁ ଥିବା ବେଳେ ଏଯାବତ ଆଶା କର୍ମୀ ମାନେ ନିୟମିତ ନ ହୋଇ ଦରମା ମଧ୍ୟ ପାଇ ନାହାନ୍ତି, କୋଭିଡ 19ଭଳି ବିଶ୍ୱ ମହାମାରୀ ସମୟ ରେ ଜୀବନ କୁ ବାଜି ଲଗାଇ କାମ କରିଥିବା ଆଶା କର୍ମୀ ଶଙ୍କଟ ର ବଞ୍ଚୁ ଥିବାବେଳେ ହଇରାଣ ହେଉଛନ୍ତି,
ସମ୍ପର୍କ କୁ ନେଇ ଆନ୍ଦୋଳନ ହୋଇଥିବା ବେଳେ ସରକାର କର୍ଣପାତ କରିନାହାନ୍ତି,ବିଧାନ ସଭାସମ୍ମୁଖରେ ଗଣ ଆନ୍ଦୋଳନ ଜରିଆରେ ନିବେଦନ କରାଯାଇଥିବା ବେଳେ ସରକାର ଦେଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ,ଏଣୁ ଆଶା କର୍ମୀ 17ଦଫା ଦାବି କୁ କାର୍ଯ୍ୟକାରୀ କରିବା ଦାବିରେ ମୋହନ ସରକାରଙ୍କ 2025-2026ବାର୍ଷିକ ବଜେଟ ବିଧାନ ସଭାରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିବେଦନକରି ଆସନ୍ତା 10ମାର୍ଚ୍ଚ 2025ଠାରୁ ବିଧାନ ସଭାସମ୍ମୁଖରେ ଅନିର୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଓଡିଶା ଆଶା କର୍ମୀ ଆସୋସିଏସନ ସିଆଇଟିୟୁ ନୟାଗଡ଼ କମିଟି ପକ୍ଷରୁ ପଣ୍ଡୁସର ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି, ଏହି ଦାବି ପତ୍ର ପ୍ରଦାନ ବେଳେ ବ୍ଲକ ସଭାପତି ସରୋଜିନୀ ସାହୁ, ରାଜ୍ୟ ଉପସଭାପତି ସୁରେଶ ଚନ୍ଦ୍ରସ୍ୱାଇଁ, ରାଜ୍ୟ ନେତ୍ରୀ ସଂଯୁକ୍ତା ସେଠି, ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ବ୍ଲକ ସମ୍ପାଦିକା ପ୍ରତିଭା ବେହେରା ଉପସ୍ଥିତ ଥିବା ବେଳେ, ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ