ସୂଚନା ଅନୁସାରେ ଆଜି 10ଘଟିକା ସମୟ ରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସେବା ଅନୁଷ୍ଠାନ ପରିସର ରେ ସମ୍ପର୍କ କୁ ନେଇ ଅବିଭାବକ ଓ ଶିକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ କାମ ଦେବ ନାୟକ ଯୋଗ ଦେଇପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ, ଏଥି ସହିତ ସଂମ୍ମାନିତ ଅତିଥି ରୂପେ ଜନ ମଙ୍ଗଳ ଅଧିକାରୀ ଅର୍ଚନା କହଁର ଯୋଗ ଦେଇ ଥିବା ବେଳେ ଜିତେନ୍ଦ୍ର ଫାଉଣ୍ଡେସନ ର ମୁଖ୍ୟ ଜିତେନ୍ଦ୍ର ଲେଙ୍କା, ଅଲଟ୍ରା ଫାଉଣ୍ଡେସନ ର ସମ୍ପାଦକ ରାଜକିଶୋର ରାୟ, ଉପସ୍ଥିତ ଥିବା ବେଳେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ର ସିନିଅର ପୋଗ୍ରାମ ଅଫିସର ସାଗରୀକା ରାୟ,

ସାଗରୀକା ଚଇନି ଉପସ୍ଥିତ ଥିଲେ, ସେବା ଅନୁଷ୍ଠାନ ର ପରିଚାଳକ ସଞ୍ଜୟ କୁମାର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୋଗ୍ରାମ ମ୍ୟାନେଜର ସାଗରୀକା ଚଇନି ମଞ୍ଚ ପରିଚାଳନା କରିଥିଲେ, ମଞ୍ଚ ରେ ସମସ୍ତ ଉପସ୍ଥିତ ଅତିଥି, ଅଭିଭାବକ, ଓ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ସମନ୍ୱୟ, ଶିକ୍ଷା ଓ ଏକାଗ୍ରତା ଓ ସ୍ନେହଭାବ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଉର୍ନତି ନେଇ ଅବହେଳିତ ଶିଶୁ ଙ୍କୁ ନେଇ କିପରି ମୁଖ୍ୟ ସ୍ରୋତ ରେ ସମ୍ମିଳିତ କରିପାରିବେ ସେମାନଙ୍କ ଉର୍ନତି ର ଅlଭିମୁଖ୍ୟ ନେଇ ବକ୍ତବ୍ୟ ରଖିଥିବା ବେଳେ ଅଭିଭାବକ ନିଜର ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅସୁବିଧା ନେଇ ଆଲୋକ ପାତ କରିଥିଲେ, ଅଭିଭାବକ ନିଜ ର ସଫଳତା ର କାହାଣୀ ବାଣ୍ଟି ଥିବା ବେଳେ ମୁଖ୍ୟ ଅତିଥି ଶିକ୍ଷଣୀୟ ସାମଗ୍ରୀ ବଣ୍ଟନ କରିଥିଲେ, ସେବା ଅନୁଷ୍ଠାନ ଓ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସିନିଅର ପୋଗ୍ରାମ ଅଫିସର ସାଗରୀକା ରାୟ ଧନ୍ୟବାଦ ଅର୍ପଣକରିଥିବା ବେଳେ ସେବା ଅନୁଷ୍ଠାନ ଭାଷା ପ୍ରଶିକ୍ଷାର୍ଥୀ ପ୍ରୟାସ୍ମିନ ରଥ ଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ,ପରି ଶେଷ ରେ ହୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା