ଔଷଧ ପାଇଁ ଡାକ୍ତର ଓ ନର୍ସ ଇନଚାର୍ଜ ଭିତରେ କଳହ,୧ ଘଣ୍ଟା ଅପେକ୍ଷା କରି ଶୋଇଲେ ରୋଗୀ।

ଓଡ଼ଗାଁ:- ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଔଷଧ , ଇନ୍ଜେକ୍ସନ୍ ଥାଇ ରୋଗୀଙ୍କ ସଂପର୍କୀୟଙ୍କୁ ବାହାରୁ ଔଷଧ ଆଣିବା ପାଇଁ ପ୍ରେସ୍କ୍ରିପ୍ସନ ଲେଖି ହଟହଟା ହେଇଛନ୍ତି ଡାକ୍ତର। ସୂଚନା ଅନୁସାରେ ଓଡ଼ଗାଁ ଏନ୍ଏସି ର ଦଲକ ଛକ କଲ୍ୟାଣ ସାହି ଧ୍ରୁବ ଚରଣ ବରାଡ଼ଙ୍କ ଅତ୍ୟଧିକ ଜ୍ୱର ହେବାରୁ ତାଙ୍କ ପୁଅ ରୋଗୀଙ୍କୁ ଓଡ଼ଗାଁ ମେଡିକାଲକୁ ଆଣି, ଡାକ୍ତରଙ୍କ ପରାମର୍ଶ କରିଥିଲେ।

ପରେ ଡାକ୍ତର ବୈଜୟନ୍ତୀ ଜେନା ରୋଗୀଙ୍କ ପୁଅଙ୍କୁ ବାହାର ମେଡିସିନ ଆଣିବା ପାଇଁ ପ୍ରେସ୍କ୍ରିପ୍ସନ ଲେଖିଥିଲେ। ସେ ଔଷଧ, ଇନ୍ଜେକ୍ସନ୍ ଆଣି ନର୍ସ ଇନଚାର୍ଜ ଙ୍କୁ ଦେବାରୁ ନର୍ସ ଇନଚାର୍ଜ ବାହାର ଔଷଧ, ଇନ୍ଜେକ୍ସନ୍ ରୋଗୀଙ୍କୁ ଦେବା ପାଇଁ ମନା କରିବା ସହିତ ଡାକ୍ତରଖାନା ଭିତରେ ଔଷଧ ଅଛି ଆଣିବା ପାଇଁ ପରାମର୍ଶ କରିଥିଲେ। ପରେ ଏହି ଘଟଣାକୁ ନେଇ ଡାକ୍ତର ଓ ନର୍ସ ଇନଚାର୍ଜ ଭିତରେ କଳହ ସୃଷ୍ଟି ହୋଇଥିଲା।

ଏହି ସବୁ ଭିତରେ ସାଂଘାତିକ ରୋଗୀ ଡାକ୍ତରଖାନା ରେ ୧ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଶୋଇ ଛଟପଟ ହେଇଥିଲେ। ତେବେ ଡାକ୍ତର ଓ ନର୍ସ ଇନଚାର୍ଜ ଭିତରେ ବିବାଦ ପାଇଁ ରୋଗୀ ୧ଘଣ୍ଟା ଶୋଇବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି।

You might also like