ନୟାଗଡ଼ କଣ୍ଟିଲୋସ୍ଥିତ ନୀଳମାଧବ ପୀଠ କୁ ରେଳ ସେବା ନେଇ ତାଳଚେର -ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ବିନାୟକ ମିଶ୍ର, ରାମେଶ୍ୱର ଶତପଥୀ, ଶନିବାର ସନ୍ଧ୍ୟା ରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଙ୍କୁ କଟକ ସ୍ଥିତ ପ୍ରଜାତନ୍ତ୍ର କାର୍ଯ୍ୟାଳୟ ରେ ସାକ୍ଷାତ ସହ ଆଲୋଚନା କରିଥିଲେ,

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶୃତି କୁ ତ୍ୱରାନ୍ୱିତ କରିବା ଦିଗ ରେ ମାନ୍ୟବର ସାଂସଦ ତୁରନ୍ତ ପଦକ୍ଷେପ ନେବେ ବୋଲି କଥା ଦେଇ ଥିଲେ, ସୂଚନା ଯୋଗ୍ୟ ବଡମ୍ବା-ନରସିଂହ ପୁର, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼ ଦେଇ ଏକ ସ୍ୱତନ୍ତ୍ର ଲାଇନ କାଇପଦର ସହ ସଂଯୋଗ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ରେଳ ବିଭାଗ ତିନି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି, କ୍ରିୟା ନୁଷ୍ଠାନ କମିଟି ରସଭ୍ୟ ମାନଙ୍କୁ ଦିଲ୍ଲୀ ଆସିବା ପାଇଁ ମାନ୍ୟବର ସାଂସଦ ନିମନ୍ତ୍ରଣ ଜଣାଇଛନ୍ତି ବୋଲି ଆବାହପ୍ରମୋଦ ପଟ୍ଟନାୟକ ଙ୍କ ଠାରୁ ପ୍ରକାଶ