ରାଜରାଜୁଡା ସମୟ ରୁ ପ୍ରଦତ୍ତ ସ୍ଵର୍ଣଅଳଙ୍କାର ଲାଗି ହୋଇ ପ୍ରଭୁ ଶ୍ରୀ ବଳଭଦ୍ର,ଦେବୀ ଶୁଭଦ୍ରା, ଓ ଶ୍ରୀ ଜଗନ୍ନାଥ ଙ୍କ ସୁନାବେଶ ରେ ଦୁଲ୍ଳଭ ଦର୍ଶନ ଦେଇ ଥାନ୍ତି,ଦୀର୍ଘ ବର୍ଷ ର ଅଳଙ୍କାର ଉପରୁ ସୁନା କଲର ଲେପ ଛାଡି ଯିବାରୁ ଗତ ତିନି ବର୍ଷ ଧରି ଠାକୁର ସୁନା ବେଶ ହୋଇ ପାରୁନାହାନ୍ତି,ପ୍ରତ୍ୟକ ବର୍ଷ ରଥ ଯାତ୍ରା ପ୍ରସ୍ତୁତି ବୈଠକ ରେ ଏ ସଂକ୍ରାନ୍ତରେ ପ୍ରବଳ ହୋହଲା ହୋଇ ଥିଲେହେଁ ଭକ୍ତ ମାନଙ୍କ ଭାବାବେଗ କୁ ଦେବୋତର ବିଭାଗ ଅର୍ଥ ଅଭାବ ରେ ଆଳ ଦେଖାଇ ଦିନ ଗଡେଇ ଚାଲୁ ଥିଲେ,ଚଳିତ ବର୍ଷ ରଥ ଯାତ୍ରା ପରିଚାଳନା ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଜଗନ୍ନାଥପ୍ରେମୀ ସଭ୍ୟ ମାନେ ତୁରନ୍ତ ଅଳଙ୍କାର ମରାମତି ଏବଂ ରଥ ଉପରେ ବଡ଼ ଏକାଦଶୀ ଦିନ ଠାକୁର ସୁନା ବେଶ ରେ ଦର୍ଶନ ଦେବା ପାଇଁ ଅଡ଼ି ବସିଥିଲେ,ଅଳଙ୍କାର ତିଆରି ଏବଂ ସୁନା ବେଶ କୁ ନେଇ ଗତ ତିନି ବର୍ଷ ହେବ ଉଦ୍ୟମ ଜାରୀ ରଖିଥିବା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,, ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ସହ ଯୋଗା ଯୋଗ କରିଥିଲେ,ନିର୍ବାଚନ ପୂର୍ବ ରୁ ଅଳଙ୍କାର ମରାମତି ପାଇଁ ଡ଼.ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ,
କଥା ଦେଇ କଥା ରଖିଲେ,ଠାକୁର ଙ୍କ ଅଳଂକାର ମରାମତି ପାଇଁ ବିଧାୟକ 4ଲକ୍ଷ ଦେଲେ
କଥା ଦେଇଥିବା ନେଇ କଥା ରଖି ଅଳଙ୍କାର ମରାମତି ପାଇଁ ଉପ ଜିଲାପାଳଙ୍କୁ ସଂମ୍ମତି ପ୍ରଦାନ କରିବା ସଂଗେ ସଙ୍ଗେ ଡ଼ ସାହୁ ବ୍ୟକ୍ତିଗତ ଭାବେ ଦେବୋତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ଙ୍କ କାର୍ଯ୍ୟାଳୟ ରେ ପହଂଚି ଚାରିଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବେ ବୋଲି କହିଥିଲେ,ଅଳଙ୍କାର ମରାମତି ପାଇଁ ଆବଶ୍ୟକ ସାତ ଲକ୍ଷ ଟଙ୍କା ମଧ୍ୟରୁ ଅବଶିଷ୍ଟ ତିନି ଲକ୍ଷ ଟଙ୍କା ବଦାନ୍ୟ ବ୍ୟକ୍ତି ବିଶେଷ ଓ ଦେବୋତର ବିଭାଗ ପକ୍ଷରୁ ସଂଗ୍ରହ କରାଯିବ ବୋଲି ଆଲୋଚନା ବୈଠକ ରେ ନିଷ୍ପତି ନିଆ ଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ଦେବୋତର ସୁପର ଭାଇଜର,ସୁବାଷ ଚନ୍ଦ୍ର ବରାଡ଼,କାଉନ ସିଲର ଲକ୍ଷ୍ମୀ ଧର ମହାପାତ୍ର,ଏବଂ ଭିମସେନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ,