କଦଳୀବନ୍ଧ ରେ ପୋଷାକ ବିତରଣ ଉତ୍ସବ

୧୧.୧୦.୨୫ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ,ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ,ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର କିରାଣୀ ବିମଳ ବାରିକ,ଲକ୍ଷ୍ମଣ ତ୍ରିପାଠୀ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପରିବେଶ ସବୁଜିମା ହୋଇଥିବା ସହିତ ଶ୍ରେଣୀ କକ୍ଷ ଗୁଡ଼ିକରେ ସ୍ୱଳ୍ପ ମୂଲ୍ୟ ଓ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବଗିଚା ଦେଖି ଅତିଥି ମାନେ ଖୁସି ହୋଇଯାଇଥିଲେ।ଉଚ୍ଚନୀଚ ମନୋଭାବ ଓ ଧନୀ ଗରିବ ମନୋଭାବକୁ ତ୍ୟାଗକରି ସଭିଙ୍କ ମନରେ ସମାନତା ଭାବ ସୃଷ୍ଟି କରିବା ପାଇଁ ଏକା ପ୍ରକାର ପୋଷାକ ସରକାରଙ୍କ ତରଫରୁ ଯୋଗାଇ ଦେଇଥିବାରୁ ଅତିଥି ମାନେ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଦୁଇ ହଳ ଗଣପୋଷାକ, ଟ୍ରାକସୁଟ୍,ହାଉସଡ୍ରେସ,ଟୋପି,ଜୋତା,ମୋଜା ଆଦି ମୁଖ୍ୟ ଅତିଥିଙ୍କ କରକମଳରେ ବଣ୍ଟନ କରାଯାଇଥିଲା।ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଔଷଧୀୟ ବଗିଚାକୁ ବୁଲି ଦେଖିଥିଲେ ତାସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉକ୍ତ ଗଛର ଔଷଧୀୟ ଗୁଣ ବିଷୟରେ ପଚାରି ବୁଝିଥିଲେ।ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଲଗାଯାଇଥିବା ଗଛ ଗୁଡିକ ଅତିଥି ମାନେ ବୁଲିଦେଖିଥିଲେ।ବହୁ ଚେଷ୍ଟା ସତ୍ତ୍ବେ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇନପାରିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ଗୃହରେ ବସି ଶିକ୍ଷଣକାର୍ଯ୍ୟ କରିବାରେ କଷ୍ଟ ଅନୁଭବ କରୁଥିବା ଏବଂ ବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ ବିଦ୍ୟାଳୟ ଭିତରକୁ ରାସ୍ତାର ଅସୁବିଧା ହେତୁ ପିଲାମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହି ସମସ୍ୟାର ସମାଧାନ ପାଇଁ କମିଟିର ସଭ୍ୟସଭ୍ୟା ମାନେ ଅତିଥଙ୍କ ନିକଟରେ ଜଣାଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।ଶିକ୍ଷୟିତ୍ରୀ ରୀତାପଣ୍ଡା ସହଯୋଗ କରିଥିଲେ।ଏଭଳି କାର୍ଯ୍ୟକ୍ରମ କୁ ଉପସ୍ଥିତ ସଭ୍ୟସଭ୍ୟା ମାନେ ପ୍ରଶଂସା କରିଥିଲେ।

You might also like