ମା’ ଭୈରବୀଙ୍କ ପୀଠରେ କମ୍ପ୍ୟୁର ଆସିଷ୍ଟାଣ୍ଟ ଆସୋସିଏସନ୍, ନୟାଗଡ଼ ପକ୍ଷରୁ ଜିଲ୍ଲା ସଭାପତି ତାପସ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ସମସ୍ତ କମ୍ପୁଟର ଆସିଷ୍ଟାଣ୍ଡ ମାନେ ଯୋଗଦେଇ ମା’ଭୈରବୀ ଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା ସହ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରଣାମ କରି ବୈଠକ ଅନୁଷ୍ଠିତ କରାଯାଇଥିଲା । ସଭାରେ ସଭାପତି ତାପସ ରଞ୍ଜର ଦାସ ନିଜ ବକ୍ତବ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପରେ ରାଜ୍ୟର ପ୍ରତି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ନୂତନ ଭାବେ ସୃଷ୍ଟି କରାଯାଇଥିବା ୮୫୧୧ଟି କମ୍ପୁଟର ଆସିଷ୍ଟାଣ୍ଡ ପଦବୀ ସହ ପୁନଃ ନିଯୁକ୍ତି ନେଇ ଜିଲ୍ଲା ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ, ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଜିଲ୍ଲା ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ସଂଘକୁ ଆହୁରି ଅଧିକ ସୃଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ ।
ଏବଂ ରାଜ୍ୟ ସଂଘର ସଭାପତି ପ୍ରଶାନ୍ତ କୁମାର ସ୍ଵାଇଁ ଓ ସମ୍ପାଦକ ଦୀଲିପ କୁମାର ନାୟକଙ୍କ ସମେତ ସମସ୍ତ ରାଜ୍ୟ ସଂଘର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ସମ୍ପାଦକ ଟୁକୁନା ବରାଡ଼, ଉପସଭାପତି ମିହିର ରଞ୍ଜନ ସାହୁ, କୋଷାଧ୍ଯକ୍ଷ ଅଶିତ୍ କୁମାର ଦାସ, ଅବାହକ ପ୍ରଦୀପ୍ତ କୁମାର ମୁଦୁଲି ଙ୍କ ସହିତ ସମସ୍ତ କମ୍ପ୍ୟୁଟର ଆସିଷ୍ଟାଣ୍ଟମାନେ ଯୋଗଦେଇଥିଲେ ।ଏବଂ ପରିଶେଷରେ ସମ୍ପାଦକ ଟୁକୁନା ବରାଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।