କଳିକା ପ୍ରସାଦ ରେ ଜନସୁରକ୍ଷା ଅଭିଯାନ
ନୟାଗଡ ବ୍ଲକ ର କଳିକା ପ୍ରାସାଦ ପଞ୍ଚାୟତ ପରିସରରେ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ଅଭିଯାନ ଅନ୍ତର୍ଗତ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପରିପୂର୍ତ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀମତୀ ଅନିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଯୋଜନା, ଇ କେୱାଇସି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା, ସାଇବର ଠକେଇ ଆଦି ସଂପର୍କରେ ଆଲୋଚନା କରିଥିଲେ।

ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ବେହେରା , ଇଣ୍ଡିଆନ୍ ବ୍ୟାଙ୍କ ର କ୍ଷେତ୍ରୀୟ ପରିଚାଳକ ଶ୍ରୀ ଧର୍ମେନ୍ଦ୍ର ପରମାର, ଲିଡ ବ୍ୟାଙ୍କ କାର୍ଯ୍ୟାଳୟ ପରିଚାଳକ ଶ୍ରୀ ଲୋହିତ ନନ୍ଦ ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ସୁଶ୍ରୀ ବ୍ରତାତି ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡିଆନ୍ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସୁନିଲ ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ଓ ସ୍ଥାନୀୟ ଲୋକ ମାନେ ଯୋଗ ଦେଇଥିଲେ।