କାରାଗାର ଅନ୍ତେବାସୀଙ୍କୁ ବିଭିର୍ନ ଦକ୍ଷତା କୌଶଳ ତାଲିମ

ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀ ମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି, ଏହି କାର୍ଯ୍ୟକ୍ରମ କୁ ନୟାଗଡ଼ ଜିଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଭା. ପ୍ର. ସେ, ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଉଦଘାଟନ କରିଥିଲେ, ଏହି ଅବସର ରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାର ଅଧିକ୍ଷକ ଶ୍ରୀ ପ୍ରଫୁଲ କୁମାରକବି, ସରକାରୀ ତାଲିମ ପ୍ରତିଷ୍ଠାନ ନୟାଗଡ଼ ଅଧକ୍ଷ ଶ୍ରୀ କାନ୍ତି ରଞ୍ଜନ ସାହୁ ଓ ସି ପି ଆଇ ଟି ସଂସ୍ଥା ର ଓଡିଶା ମୁଖ୍ୟ ଶ୍ରୀ ଅନିକେତ ଦାସ, ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ,

ଜିଲ୍ଲା କାରାଗାର ନୟାଗଡ଼ ର 60ଜଣ ଅନ୍ତେବାସୀଙ୍କୁ ଇଲେକ୍ଟିକାଲ ଟେକ୍ନିସିଆନ ଏବଂ ଏଲ. ଇ. ଡି ଲାଇଟ ଟେକ୍ନିସିଆନ ବିଭାଗ ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ, ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀ ମାନେ ଅନ୍ତେବାସୀ ମାନଙ୍କ ର ଉଜ୍ବଳ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ର ଉପାଦେୟତା ବିଷୟ ରେ ଆଲୋକପାତ କରିଥିଲେ

You might also like