Skip to content

କାର୍ଲ ମାର୍କ୍ସ ଙ୍କ ୨୦୮ତମ ଜୟନ୍ତି ରଣପୁରରେ CPI(M) ତରଫ ରୁ ପାଳିତ

ରଣପୁର ସ୍ଥିତ ଶହୀଦ ରଘୁ-ଦିବାକର ଭବନ ଠାରେ ସିପିଆଇ (ଏମ) ତରଫରୁ କାର୍ଲ ମାର୍କ୍ସ ଙ୍କ ୨୦୮ ତମ ଜୟନ୍ତି ପାଳିତ ହୋଇଥିଲା।ପ୍ରଥମେ ଉପସ୍ଥିତ ସାଥୀ ମାନେ କାର୍ଲ ମାର୍କ୍ସ ଙ୍କ ଫଟୋଚିତ୍ର ରେ ପୁଷ୍ପାର୍ପଣ କରିଥିଲେ।ସାଥୀ ଦୁଃଶାସନ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଆଲୋଚନା ସଭାରେ ବକ୍ତା ମାନେ କାର୍ଲ ମାର୍କ୍ସ ଙ୍କ ଜୀବନାଦର୍ଶ ସମ୍ପର୍କ ଆଲୋଚନା କରିଥିଲେ। ୧୮୧୮ ମେ ୫ ତାରିଖ ରେ ସେ ଜର୍ମାନ ରେ ଜନ୍ମ ହୋଇ ୧୮୮୫ ମାର୍ଚ୍ଚ ୧୪ ରେ ମୃତ୍ୟୁବରଣ କରି ୬୪ ବର୍ଷ ମଧ୍ଯ ରେ ବିଶ୍ବ ସ୍ତରରେ ଜଣେ ଖ୍ୟାତନାମା ଦାର୍ଶନିକ ଭାବେ କାର୍ଲ ମାର୍କ୍ସ ସ୍ଵତନ୍ତ୍ରତା ଅର୍ଜନ କରିଥିଲେ।ସମାଜବାଦୀ ଓ ସାମ୍ୟବାଦୀ ବ୍ୟବସ୍ଥା ପ୍ରତିଷ୍ଠା କରି ଶ୍ରମିକ ଶ୍ରମ ଜୀବି ଜନଗଣ କ୍ଷମତାର ପ୍ରକୃତ ଅଧିକାରୀ ପାଇଁ କମ୍ୟୁନିଷ୍ଟ ଇସ୍ତାହାର ରଚନା କରିଥିଲେ। ଦାସ କ୍ୟାପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖି ସମାଜ ର ବୈଜ୍ଞାନିକ ପରିବର୍ତ୍ତନ ପାଇଁ ରାସ୍ତା ଦେଖାଇଲା ବେଳେ ତାଙ୍କର ବନ୍ଧୁ ଏଞ୍ଜେଲସ୍ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ବିଚାର ପାଇଁ ବହୁ ଦୁର୍ଦ୍ଦିନ ମଧ୍ଯରେ ଶେଷ ଜୀବନ ପର୍ଯ୍ୟନ୍ତ ସାଲିସ ବିହୀନ ସଂଗ୍ରାମ କରି ଲଣ୍ଡନ ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ତାଙ୍କ ର ଐତିହାସିକ ବସ୍ତୁବାଦ ଦର୍ଶନ ଓ ଦ୍ବନ୍ଦ ମୂଳକ ବସ୍ତୁବାଦୀ ଦର୍ଶନ ରେ ଅନୁପ୍ରାଣିତ ସମାଜବାଦୀ ରାଷ୍ଟ୍ର ଗୁଡ଼ିକ ଆଜି ଜନଗଣ ଙ୍କର ମୌଳିକ ଅଧିକାର ଗୁଡ଼ିକ ପୂରଣ କରିବାରେ ସକ୍ଷମ ହେବା ସହ ଚୀନ ଭଳି ରାଷ୍ଟ୍ର ଆଜି ସାମଗ୍ରିକ ବିକାଶ କ୍ଷେତ୍ର ରେ ଉଦାହରଣ ହୋଇ ପାରିଛନ୍ତି।ଆମ ଦେଶରେ ଆଜି ପୁଞ୍ଜିବାଦ ଓ ସାମ୍ପ୍ରଦାୟିକ ବାଦର ବୁଝାମଣା ରେ ନୂଆ ରୂପରେ ଶ୍ରମିକ ଶ୍ରମ ଜୀବି ଜନଗଣ ଙ୍କୁ ଯେଉଁ ଶୋଷଣ ଚାଲିଛି ଏହାର ପରିବର୍ତ୍ତନ ପାଇଁ କାର୍ଯ୍ଯ କରିବା ସହ ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ଵାନ ଦେଇଥିଲେ। ମାର୍କ୍ସ ଙ୍କ ବିଶ୍ବ ଦୃଷ୍ଟି ଭଙ୍ଗିରେ ସର୍ବହରା ଶ୍ରେଣୀ ଉପରେ ପୁଞ୍ଜିବାଦୀ ଓ ସାମନ୍ତବାଦୀ ବ୍ୟବସ୍ଥାର ଶୋଷଣର କିଭଳି ଅନ୍ତ ଘଟିବ ସମାଜ ର ଆମୂଳଚୂଳ ପରିବର୍ତ୍ତନ ସମ୍ପର୍କ ରେ ଗଭୀର ଚିନ୍ତା କରିବା ପାଇଁ ବକ୍ତା ମାନେ ନିବେଦନ କରିଥିଲେ।
ଏହି ଆଲୋଚନା ସଭାରେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା,ସୁରେଶ ଚନ୍ଦ୍ର ସ୍ଵାଇଁ ଓ ଦୁଃଶାସନ ଜେନା ପ୍ରମୁଖ ଆଲୋଚନା କରିଥିଲେ।

Ad 1