କିଟ ଓ କିସ ପକ୍ଷରୁ ନୟାଗଡ ଜ଼ିଲ୍ଲା ରେ ମିନି ମାରାଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ନୟାଗଡ ଅଟୋନୋମସ କଲେଜ ରୁ ସକାଳ 7ଘଟିକା ରୁ ଆରମ୍ଭ ହୋଈ ପୋଲିସ ପଡିଆ ରେ ଶେଷ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସ, LIC ର ମୁଖ୍ୟ ପ୍ରବନ୍ଧକ ଲଳିତ କୁମାର ପରିଡା, ମୁନିସିପାଲିଟି ର ଚେୟାରମ୍ୟାନ ନିରୁପମା ଖଟେଇ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ, କେମ୍ରିଜ ଘରୋଇ ଶିକ୍ଷା ଅନୁଷ୍ଠାନ ର ଚେୟାରମ୍ୟାନ ଆଲୋକ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସକାଳୁ ଅଟୋନୋମସ କଲେଜ ଖେଳ ପଡିଆ ଠାରେ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଉପସ୍ଥିତ ହେଲେ।

ଅତିରିକ୍ତ ଜ଼ିଲ୍ଲାପାଳ, ଜ଼ିଲ୍ଲା ପରିଷଦ ର ଅଧ୍ୟକ୍ଷ, ମୁନିସିପାଲିଟି ର ଚେୟାରମ୍ୟାନ, ବ୍ଲକ ଚେୟାରମ୍ୟାନ, LIC ର ମୁଖ୍ୟ ପ୍ରବନ୍ଧକ, ଓ ୨ ସମାଜସେବୀ ପତାକା ହଲାଇ ମିନି ମାରଥାନ ର ଶୁଭ ଉଦଘାଟନ କରିଥିଲେ।

ସେଠାରୁ ସମସ୍ତେ ଦୌଡ଼ି ଦୌଡ଼ି ଆସି ଥଲେ ପୋଲିସ ଖେଳ ପଡିଆ ନିକଟକୁ। ମୁଖ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ କିଟି ଓ କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ଶିକ୍ଷାବିତି ଙ୍କ ବିଷୟରେ ଆଲୋଚନା କରିଥିଲେ। ସେ ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତି। ଅଭାବ ଓ ଅନାଟନ ରେ ରହିଲେ ବି କେହି ଶିକ୍ଷା ରୁ ବଂଚିତ ହୋଈ ରହିବେ ନାହିଁ ବୋଲି ପ୍ରତିଷ୍ଠାତା କୁହନ୍ତି। ଆଜି ଲକ୍ଷ ଲକ୍ଷ ଛାତ୍ର ଛତ୍ରୀ କୃତିତ୍ୱ ଲାଭ କରିଛନ୍ତି। ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା।