ଓଡ଼ଗାଁ-୨୮.୦୩.୨୪ ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଜିଲ୍ଲା ବ୍ୟାପି କିଶୋରୀ ବାଳିକା ଥିବା ବିଦ୍ୟାଳୟରେ ସେମାନଙ୍କୁ ସକ୍ଷମ କରିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡ଼ଗାଁ ବ୍ଲକର ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୂଙ୍କ ତତ୍ୱବଧାନ ରେ ଅୟୋଜିତ ଓଡ଼ଗାଁ ବ୍ଲକର ୧୪ ଟି ବିଦ୍ୟାଳୟରେ ତାଲିମ କର୍ମଶାଳାକୁ ସହ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନାୟକ ତଦାରଖ କରିଥିଲେ ।

ଶରଣକୁଳ ନାରାୟଣ ହାଇସ୍କୁଲ ଠାରେ ୫୪ ଜଣ ଛାତ୍ରୀ ଓ ୨୩ ଜଣ ଛାତ୍ର ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ଗୋଡିପଡା ସର୍ଦାର ବଲ୍ଲଭ ବିଦ୍ୟାପୀଠରେ ୪୮ ଜଣ ଛାତ୍ରୀ ଓ ୨୧ ଜଣ ଛାତ୍ର ଓ ମାତୃମଣ୍ଡଳି, ଶିକ୍ଷୟତ୍ରୀ କର୍ମଶାଳା ରେ ଅଂଶ ଗ୍ରହଣ କରିଥିଲେ ।

ନାରାୟଣ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଳ। ତ୍ରିପାଠୀ ଓ ଶିକ୍ଷୟତ୍ରୀ ପ୍ରଜ୍ଞ। ପରିମିତ। ସାହୂ ପରିଚାଳନା କରିଥିବା ବେଳେ ଗୋଡିପଡା ଠାରେ ପ୍ରଧାନ ଶିକ୍ଷକ ପ୍ରସନ କୁମାର ମିଶ୍ର ଓ ସି ଆର ସି ସି ବିଜୟ କୁମାର ପୃଷ୍ଟି ପରିଚାଳନା କରିଥିଲେ ।ଉଭୟ କର୍ମଶାଳା ରେ ଦୀନବନ୍ଧୁ ମହାପାତ୍ର ଓ ରବୀନ୍ଦ୍ର ନାଥ ମହାପାତ୍ର ପ୍ରଶିକ୍ଷକ ଭାବରେ ଯୋଗ ଦେଇ ବେଟି ବଚ।ଓ ବେଟି ପଢ଼ାଓ,ବାଲ୍ୟବିବାହ ର ଉପକ।ରିତ।,ଜୀବନ କୌଶଳର ୧୦ ଟି କୌଶଳ,ଶିଶୁ ଶ୍ରମିକ,ଶିଶୁ Depending ଇତ୍ୟାଦି ଉପରେ ସବିଶେଷ ଆଲୋଚନା କରି ଛାତ୍ର ଛାତ୍ରୀ ମାନକୁ ସଚେତନତା କରିଥିଲେ ।ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କ ବାଳିକା ଶିକ୍ଷା,ବାଲ୍ୟବିବାହ ରୋକିବା ,ଝିଅ ମାନକୁ ପାଠ ପଢ଼ିବା ଇତ୍ୟାଦି ପାଇଁ ଶପଥ ପାଠ କରାଯାଇଥିଲା ।ସମସ୍ତେ ଛିଡା ହୋଇ ହାତ ଆଗକୁ ରଖି ଶପଥ ପାଠ କରିଥିଲେ ।