କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଗଣିଆ ରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଅପରାହ୍ନରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗଣିଆ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତରାୟ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ମାନ୍ୟବର ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ସମ୍ମାନିତ ଅତିଥି ଗଣିଆ ତହସିଲଦାର ପ୍ରିତିବାଲା ରଣା , ଗଣିଆ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା , 8 ନମ୍ୱର୍ ଜୋନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ନରେଶ ବେହେରା , ଗଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଗିରିଧାରୀ ସେଠୀ , ସମିତି ସଭ୍ୟ ଶ୍ରୀଯୁକ୍ତ ଫକିର କୁମାର ଡାକୁଆ ,କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ ଯୋଗ ଦେଇଥିଲେ।

ଏଥିରେ ଶ୍ରୀଯୁକ୍ତ ବାମନ ଚରଣ ବାରୀକି ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ବ୍ଲକ୍ ଅଧିନ 8 ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ବିଦ୍ୟାଳୟ ମାନଙ୍କରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଛାତ୍ର ଛାତ୍ରୀ ମାନେ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।କୁଇଜ୍ , ତର୍କ ,ଚିତ୍ରାଙ୍କନ ,କଣ୍ଠ ସଙ୍ଗୀତ , ହସ୍ତକଳା , ସୃଜନଶୀଳ ଲିଖନ , ନୃତ୍ୟ , ସୁନ୍ଦର ହସ୍ତାକ୍ଷର , ଆଦି ବିଭିନ୍ନ ପ୍ରତିଯୋଗିତାରେ କ୍ଲଷ୍ଟର ସ୍ତରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଏହି ସୁରଭି କାର୍ଯ୍ୟକ୍ରମ 2018 ମସିହାରୁ ପିଲାମାନଙ୍କ ଭିତରେ ଲୁକ୍କାୟିତ ଥିବା କଳା ,ନୈପୁଣ୍ୟ ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ଓ ମୂଳ ଲକ୍ଷ୍ୟ ।ଗ୍ରାମ ତଥା ଆଖପାଖ ଗ୍ରାମରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ,ଅବିଭାବକ ଯୋଗଦେଇ ସହଯୋଗ ପୂର୍ବକ ଶାନ୍ତି ଶୃଙ୍ଖଳା ରକ୍ଷା କରି ଉକ୍ତ ଉତ୍ସବକୁ ଉପଭୋଗ କରିଥିଲେ । ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଇ ଖବର ପ୍ରସାରଣ କରିବାରେ ସହଯୋଗ କରିଥିଲେ।

You might also like