ନୟାଗଡ଼ ସଦରବ୍ଲକ ବିରୁଡ଼ା ପଞ୍ଚାୟତର ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଆସି କୁକୁଡ଼ା ଚାଷ ବାବଦ ସବିସିଡ୍ ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି । ମହିଳାମାନେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କୁ ଭେଟିବା ସହ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ।
କିଭଳି ଶୀଘ୍ର ସବସିଡ୍ ଅର୍ଥ ମିଳିବ, ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଭାବେ କ୍ରିଦାଶପୁର ପଞ୍ଚାୟତ କ୍ରିଦାଶପୁର ଗ୍ରାମର କୁଳମଣୀ ପାଣିଗ୍ରାହୀ ଏବଂ ତାଙ୍କ ପôତୀ ଜୟନ୍ତୀ ପାଣିଗ୍ରାହୀ ଗୋପାଳନ କରି ଦୁଇ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିବା ବେଳେ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସବସିଡ୍ ଅର୍ଥ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ।
ଦୀର୍ଘ ୨୩ ଦିନ ହେବ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସିକ ସାମୁହିକ ଛୁଟିରେ ରହି ଆନ୍ଦୋଳନ ଚଲାଇଛନ୍ତି । ଯାହା ଫଳରେ ପ୍ରାଣୀମାନେ ଚିକିତ୍ସା ସୁବିଧା ପାଇ ପାରୁନଥିବା ବେଳେ ପ୍ରାଣୀ ପାଳକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାନାଦି ସମସ୍ୟା ସୃଷ୍ଟି ହେଉଛି । ଗାଈ, ଗୋରୁଙ୍କୁ ସଠିକ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାରୁ ଉପକାର ପାଇବାକୁ ଥିବା ହିତାଧିକାରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହିତାଧିକାରୀମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଉଁଛନ୍ତି ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କରିପୋର୍ଟ ନୟାଗଡ଼ ଟୁଡ଼େ