ରଣପୁର ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ସିପିଆଇ (ଏମ ) ତରଫରୁ ଏକ ଆଠ ଦଫା ଦାବୀପତ୍ର ପ୍ରଦାନ କରାଯାଇ ଜିଲ୍ଲା ପାଳ ଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବୀ କରାଯାଇଛି। ପ୍ରକାଶ ଏହିକି ଯେତେବେଳେ ସରକାର ଗରୀବ ଲୋକଙ୍କୁ ଓ ଜମି ହୀନ ଙ୍କୁ ଜମି ଦେବା ପାଇଁ ଢେଣ୍ଡୁରା ବାଡାଉଛନ୍ତି ଠିକି ସେତିକି ବେଳେ ରଣପୁର ତହସିଲ ଅଞ୍ଚଳ ରେ ବିଶେଷ କରି ରାଇପଡା ଓ ପାଟିଆ ଗ୍ରାମ ପଞ୍ଚାୟତ ରେ ଭୁବନେଶ୍ୱର ର ବୃହତ ଜମି ମାଫିଆ ମାନେ ଜମି ଦଲାଲ ଙ୍କ ଜରିଆରେ ଗରୀବ ଲୋକଙ୍କ ଜମି ବିଭିନ୍ନ ପ୍ରଲୋଭନ ଦେଖାଇ ହରିଲୁଟୁ କରି ଚାଲିଛନ୍ତି ଓ ସରକାର ଙ୍କ ସ୍ୱୀକୃତି ନାମରେ ବିଭିନ୍ନ ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ ଜବର ଦଖଲ କରିଚାଲି ଛନ୍ତି। ଯା ଫଳରେ ପାଟିଆ ର କୁସୁପଲ୍ଲା ମୌଜା ରେ ନାରଣ ପାତ୍ର କମ୍ପାନୀ ଓ କିଛି ଜମି ମାଫିଆ ଦଲାଲ ଙ୍କ ଜରିଆରେ ଗରୀବ ଲୋକଙ୍କୁ ପ୍ରଲୋଭନ କରି ଜମି ହରିଲୁଟୁ କରି ମୌଜା ର ସରକାରୀ ଜମିକୁ ନିଜ ଆୟତ କୁ ନେଇ ଜବର ଦଖଲ କରିଛନ୍ତି।ଏଥିପାଇଁ ଗ୍ରାମ ବାସୀ ଓ ପାତ୍ର କମ୍ପାନୀ ମଧ୍ୟ ରେ ଚାଲିଥିବା ସଂଘର୍ଷ ରେ ପୋଲିସି ଜମି ମାଫିଆ ଙ୍କ ହାତ ବାରେସୀ ସାଜି ଆଜି ଦିନ ମଧ୍ୟରେ ୩୭ ଜଣ ନିରୀହ ଗରୀବ ସାଧାରଣ ମହିଳା ପୁରୁଷ ଙ୍କୁ ଜେଲ ଭିତରକୁ ପଠାଇ ଥିଲା ବେଳେ ଭୋଟର ଲିଷ୍ଟ ଦେଖି ଗିରଫ ଦାରୀ ଜାରିରଖିଛନ୍ତି। ମାଫିଆ ମାନେ ସରକାରୀ ଦଳର ପ୍ରଭାବ ଶାଳୀ ବ୍ୟକ୍ତି ହୋଇ ଥିବାରୁ ପୋଲିସି ଓ ପ୍ରଶାସନ ତାଙ୍କ କଥାରେ ଉଠ ବସ ହେଉଛନ୍ତି। ସାଧାରଣ ଲୋକେ ଭୟଭୀତ ହୋଇ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲା ବେଳେ ସାଧାରଣ ରେ କୋକୁଆ ଭୟ ଦେଖା ଦେଇଛି। ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଅନ୍ୟାୟ ଗିରଫ ବନ୍ଦ କରିବା, ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରି ଜେଲ ରେ ଥିବା ନିରୀହ ଲୋକଙ୍କୁ ତୁରନ୍ତ ମୁକ୍ତ କରିବା, ହଡପ ହୋଇଥିବା ଗରୀବ ଲୋକଙ୍କ ଜମି ଓ ସରକାରୀ ଜମିକୁ ତୁରନ୍ତ ପାତ୍ର କମ୍ପାନୀ ଠାରୁ ମୁକ୍ତ କରିବା ଓ ଜମି ମାଫିଆ ଙ୍କୁ ଜବତ କରିବା ସହ ପୋଲିସି ର ମାତରାଧିକ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବୀ କରାଯାଇଛି ଏବଂ ପ୍ରକୃତ ଦୋଷୀ ଙ୍କୁ ଦଣ୍ଡ ଦେବା କୁ ଦାବୀ କରାଯାଇଛି। ସେହିଭଳି ରଣପୁର ବ୍ଲକ ରେ ଗମନା ଗମନ କ୍ଷେତ୍ରରେ ରାଜସୁନାଖାଳା ରୁ ରଣପୁର ରାସ୍ତା ରେ ନିର୍ମିତ ମନ୍ଦାକିନୀ ସେତୁ ର କାର୍ଯ୍ୟ ତୁରନ୍ତ ଶେଷ କରିବା ଓ ରଣପୁର ରୁ ଦର୍ପ ନାରାୟାଣ ପୁର ଜଗନ୍ନାଥ ସଡ଼କ ର ନିର୍ମାଣା ଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଦାବୀ କରାଯାଇଛି।ରଣପୁର ବ୍ଲକରେ ୮୦ ବର୍ଷର ବିଧବା ବାର୍ଦ୍ଧକ୍ୟ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ପାଇଁ ବାରମ୍ବାର ଜଣାଇ ବିଫଳ ହୋଇଛନ୍ତି। ତାଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ଦେବାକୁ ଦାବୀ କରାଯିବା ସହ ଜୀବିତ ଥିବା ଭତ୍ତା ହିତାଧିକାରୀ ଲୋଧାଚୁଆ ଗ୍ରାମ ପଞ୍ଚାୟତ ଗୋପୀମୋହନ ପୁର ଗ୍ରାମର ଭ୍ରମରବର ପରିଡା ଙ୍କୁ ମୃତ ଦର୍ଶାଇ ଦୁଇ ମାସ ହେଲା ବନ୍ଦ କରିଥିବା ଭତ୍ତା ତୁରନ୍ତ ଦେବାକୁ ଦାବୀ କରାଯାଇଥିଲା। ଉକ୍ତ ଦାବୀ ଗୁଡିକୁ ପୂରଣ କରିବାରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କାଳ ବିଳମ୍ବ କଲେ ଭବିଷ୍ୟତ ରେ ପାର୍ଟି ତରଫରୁ ଦୃଢ଼ ଆନ୍ଦୋଳନ ହେବ ବୋଲି ଚେତାବନି ଦିଆ ଯାଇଛି।j ଏହି ପ୍ରତିନିଧି ମଣ୍ଡଳୀରେ ପାର୍ଟି ର ଆଞ୍ଚଳିକ ସମ୍ପାଦକ ନିତ୍ୟାନନନ୍ଦ ପରିଡା, ଦୁଃଶାସନ ଜେନା, ସୁରେଶ ସ୍ୱାଇଁ, ସୁଶୀଲ ମହାନ୍ତି ଓ କୁଳମଣି ପଲେଇ ଯୋଗ ଦେଇଥିଲେ।
