Skip to content

କୃଷକ କଳାଦିବସ ପାଳନ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ହରିଆଣା ପୋଲିସ୍ ର ଗୁଳି ମାଡ଼ରେ ସହୀଦ ହୋଇଥିବା ଯୁବ କୃଷକ ନେତା‌ ଶୁଭ କରନ୍ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ନୟାଗଡ଼ ଜିଲ୍ଲା ସଦରମହକୁମା ଠାରେ କିଷାନ ମୋର୍ଚ୍ଚା ପକ୍ଷରୁ କଳାଦିବସ ପାଳନ କରାଯାଇଛି।

ଚାଷୀ ଫସଲର ଲାଭଜନକ ଦର ପାଇଁ ସ୍ଵାମୀନାଥନ୍ କମିସନଙ୍କ ସୁପାରିଶ ଲାଗୁ କରିବା, ସର୍ବନିମ୍ନ ଦର ଆଇନ ସୁନିଶ୍ଚିତ କରିବା, ଚାଷୀକୁ ରୂଣମୁକ୍ତ କରିବା ପାଇଁ ଋଣଛାଡ଼ କରିବା, ବିଦ୍ୟୁତ ଘରୋଇକରଣ ବନ୍ଦ କରିବା ପ୍ରଭୃତି ଦାବିରେ ଚାଲିଥିବା ଆନ୍ଦୋଳନକୁ ଦବେଇଦେବା ପାଇଁ କେନ୍ଦ୍ର ବିଜେପି ସରକାର ଯେଉଁ ଦମନମୂଳକ ଆକ୍ରମଣ କରିଚାଲିଛି, ତାହା ଇଂରେଜ ଅତ୍ୟାଚାରକୁ ବଳେଇ ଯାଇଛି ବୋଲି ସଂଗଠନର ନେତା ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସଂଗଠନର ଅନ୍ୟତମ ନେତୃତ୍ବ ଶରତଚନ୍ଦ୍ର ବେହେରା,ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସରୋଜ କୁମାର ନାୟକ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ନିରଂଜନ ସାହୁ, ବୁଦ୍ଧି ନାୟକ, କୁଳମଣି ପୃଷ୍ଟି ପ୍ରମୁଖ ପଟୁଆରେ ନୟାଗଡ଼ ବଜାର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

Ad 1