କୃଷିବିଜ୍ଞାନ କେନ୍ଦ୍ର ତରଫରୁ ପାଣି ପୋଇଲା ମଦର ଆବାସିକ ବିଦ୍ୟାଳୟପରିସର ରେ ରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମଅନୁଷ୍ଠିତ

ଆଜି କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟ ପରିସର ରେ 10ଘଟିକା ସମୟ ରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଅନୁଷ୍ଠାନ ର ସଭାପତି ଶ୍ରୀ ଚକ୍ରଧର ମାହାଳି, ଅନୁଷ୍ଠାନ ର ପ୍ରତିଷ୍ଠାତା ସୁଶ୍ରୀ ପ୍ରଭାସିନୀ ନନ୍ଦ ଙ୍କ ସହିତ kbk ର ବୈଜ୍ଞାନିକ ଶ୍ରୀ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ.ଇଏ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକଙ୍କର ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈ କୁ ଖାଇବାକୁ ଦିଆ ଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ହୋଇଥାଏ, ଏହିଭଳି ଗୁରୁତ୍ୱପୂର୍ଣ ତଥ୍ୟ ବୈଜ୍ଞାନିକ ପୃଷ୍ଟି ପିଲାମାନଙ୍କୁ ସଚେତନ କରାଇଥିଲେ. ଏବଂ ସଭାପତି ପିଲାମାନଙ୍କୁ ଅଭିଭାଷଣ ଦେଇଥିଲେ. ପରିଶେଷରେ ସ୍କୁଲ ର ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ସଚେତନତା କାଯ୍ୟକ୍ରମ କୁ ସମାପ୍ତ କରିଥିଲେ.

You might also like