କୃଷି ଓ କୃଷକ ସମସ୍ୟା ସମାଧାନ ନେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଆଜି 11ଘଟିକା ସମୟ ରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ କୃଷି ଓ କୃଷକ ସମସ୍ୟା ସମାଧାନ ପାଇଁ ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ସୂଚନା ଅନୁଯାୟୀ
ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା । ଜିଲ୍ଲା ର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ବି.ଜେ.ଡି ସରକାର ର ୨୫ ବର୍ଷ ଶାସନ ଓ ବର୍ତମାନ ର ବି.ଜେ.ପି ସରକାର ର ଏକ ବର୍ଷ ରୁ ଅଧିକ ଶାସନ ରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ । ଏହି ଉଭୟ ସରକାର ର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ ନୟାଗଡ଼ ଜିଲ୍ଲା ରେ ପ୍ରତିଷ୍ଠା କରାଯାଇଥିବା ଚିନି କଳ ଟି ଆଜି ସମ୍ପୂର୍ଣ ବିଲୁପ୍ତ । ସେହିପରି ଚାଷ ପାଇଁ ଜଳସେଚନ ର ସୁଯୋଗ ଥିଲେ ମଧ୍ୟ ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା କେବଳ ଘୋଷଣା ରେ ରହିଛି । ପୂର୍ବରୁ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇ ପଡି ରହିଛି । ଜିଲ୍ଲା ରେ ପନିପରିବା ସରକ୍ଷଣ ପାଇଁ ଗୋଟିଏ ହେଲେ ଶୀତଳ ଭଣ୍ଡାର ନାହିଁ । ଚାଷୀ ତାର ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ପାଇବା ପରିବର୍ତ୍ତେ ବହୁ କ୍ଷତି ର ସମ୍ମୁଖୀନ ହଉଛନ୍ତି। ପି ଏମ କିଷାନ ନିଧି ଯୋଜନା ରେ ବହୁ ଚାଷୀ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ। ଫଳରେ ଅନେକ ଚାଷୀ ଚାଷ ଛାଡିବାକୁ ବାଧ୍ୟ ହେଉଛନ୍ତି। ଧାନ ର ଅଭାବୀ ବିକ୍ରି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ର କ୍ଷତି ପୂରଣ ଓ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ରେ ଅହେତୁକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ନୟାଗଡ ଜିଲ୍ଲା ର ପି ସି ସି ପର୍ଯ୍ୟବେକ୍ଷକ ତିନିଦିନିୟା ନୟାଗଡ ଜିଲ୍ଲା କୁ ଗସ୍ତ କରି ନୟାଗଡ ଥରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ମୋହନ ସରକାର କୁ ତୀବ୍ର ଭତ୍ସନା କରିଛନ୍ତି । ବି ଜେ ପି ସରକାର ରକ୍ଷକ ହୋଇ ଭକ୍ଷକ ସାଜିଛି । କାଳ ବିଳମ୍ବ ନକରି ସରକାର ତୁରନ୍ତ ଚିନି କଳ ର ପୁନଃରୁଦ୍ଧାର, ବୃତଙ୍ଗ ଜଳସେଚନ ର ଆସୁ କାର୍ଯ୍ୟକାରିତା, ପ୍ରତି ବ୍ଲକ ସ୍ତର ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମହାନଦୀ ଅବବାହିକା ରେ ଥିବା ଗଣିଆ ଠାରୁ କରବର ପର୍ଯ୍ୟନ୍ତ ସମସ୍ତ ଚାଷ ଉପଯୋଗୀ ଜମି କୁ ସୁନିଶ୍ଚିତ ଜଳ ସେଚନ ବ୍ୟବସ୍ଥା କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢ ଦାବି କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ, ପୂର୍ବତନ ଜିଲ୍ଲା ସଭାପତି ରଣଜିତ ଦାଶ , କଂଗ୍ରେସ ନେତା ମନୋଜ ସାହୁ, ହୁସେନ ଖାନ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲ