କୃଷି ବିଭାଗ ର ମାଳମାଳ ଦୁର୍ନୀତି ନେଇ କୃଷକ ନେତାଙ୍କ କ୍ଷୋଭ
ନୟାଗଡ଼ ଜିଲ୍ଲାକୃଷି ଅଧିକାରୀ ଓ କର୍ମଚାରୀଙ୍କମାଳ ମାଳ ଦୁର୍ନୀତି ନେଇ କୃଷକ ନେତା ଆଙ୍ଗୁଳି ନିର୍ଦେଶ କରିଥିବା ବେଳେ କୁଆଡେ କୃଷି ବିଭାଗ କର୍ମଚାରୀ ଓ ବିଧାୟକଓ ଜନ ପ୍ରତିନିଧି ଙ୍କ ଜାଣତ ରେ ଓ ସଲାସୁତୁରା ରେ କୃଷକ ଙ୍କ ମାଣ୍ଡିଆ,ବିରି, ମୁଗ, ବାଦାମ ଗାୟବ ସହ ମିଳୁ ନଥିବା ଶୁଣିବାକୁ ମିଳୁ ଥିବା ବେଳେ ଏହାକୁ କ୍ଷୋଭପ୍ରକାଶ କରି ଚାଷୀ ନେତା ଅଭିଯୋଗ କରିଛନ୍ତି, ଏହା ନୟାଗଡ଼ ର ବିଭିନ୍ନ ପଞ୍ଚାୟତ ରେ ଦେଖିବାକୁ ମିଳିଛି, ଏପଟେ ଚାଷୀ ନେତାଖୁଲମ ଖୁଲା ବିଧାୟକଙ୍କ ଜାଣତ ରେ ହେଉଥିବା କଥା କହୁ ଥିବା ବେଳେ, ସବୁ ଯାଉଛି କୁଆଡେ, ଚାଷୀ କିଛି ନ ପାଇ ହତାଶ ହେଉଥିବା ବେଳେ ଏ ଖବର ଗଣ ମାଧ୍ୟମ ପହଂଚି ଥିଲା, ରୋଚକ କଥା ହେଉଛି କେତେ ଆସୁଛି, କେତେ ଯାଉଛି ତାହା କୃଷି ଅଧିକାରୀଙ୍କ ଅଜାଣତ ରେ,, କାଗଜ ପତ୍ର ରେ ସୀମିତ ହୋଇ ରହିଥିବା ବେଳେ କୃଷି କର୍ମଚାରୀ ଠିକ ଭାବରେ ଚାଷୀ ଙ୍କ ନିକଟ ରେ ଯୋଗାଇବା ଦୂରର କଥା ଚାଷୀ ଙ୍କ ନିକଟ ରେ ପହଂଚି ପାରୁ ନାହାନ୍ତି, ଆମ ପ୍ରତିନିଧି ଏ ଘଟଣା ଜିଲ୍ଲା କୃଷି ଅଧିକାରୀ ଙ୍କୁ ଭେଟି ଥିଲେ,ଓ ପ୍ରତିକ୍ରିୟା ରେ ଏହାର ଡାଟା ମୋ ପାଖରେ ନାହିଁ, ଯାହା କାଗଜ ପତ୍ର ରେ ଅଛି, ତାହା ହେଲେ ବାଡ଼ ଯଦି ଫସଲ ଖାଏ ତାହେଲେଜମି ଜଗିବ କିଏ, ଏପଟେ କୃଷି ଅଧିକାରୀ ଙ୍କ କହିବା ଅନୁଯାୟୀ ଚାଷୀ ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆ ଯାଉଛି, କିନ୍ତୁ ଚାଷୀ ତାହା ପାଇବା ପାଇଁ ବିଫଳ ହୋଇଛନ୍ତି, ଯେଉଁମାନେ ପାଇ ଛନ୍ତି ସେମାନେ ହିଁ ଏହାର ଲାଭପାଉଛନ୍ତି,ଆମେ କହୁ ନାହୁଁ, କୃଷକନେତା ଙ୍କ ଅଭିଯୋଗ ତଥା କ୍ଷୋଭ ଅନୁଯାୟୀ, ଏସବୁ କାଗଜ ପତ୍ର ରେ ସୀମିତ, ତାହେଲେ ଏସବୁକିଏ ହାତ ବାରିସୀ କରି ଅକ୍ତିଆର କରୁଛି, ଓ କୃଷି ବିଭାଗ ତରଫରୁ କେବେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି, କେତେ ଦୂର ସରକାର ଏହା ପ୍ରତି ନଜର ଦେଉଛନ୍ତି, ଚାଷୀ କେବେ ଏହାର ସୁବିଧା ପାଉଛି ଦେଖିବାକୁ ବାକି ରହିଲା,