ଶନିବାର ଦିନ ସକାଳ ୮ ଘଟିକାରୁ ୧୧ଘଟିକା ମଧ୍ୟରେ ଆମ୍ଭ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁ ଢିପି ପ୍ରାଙ୍ଗଣରେ ବିଦ୍ୟାଳୟସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ‘ଗପ ଶୁଣିବା ଓ ଗପ କହିବା’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧିକାଂଶ ଛାତ୍ର ଛାତ୍ରୀ ଚିତ୍ରାଙ୍କନ, କୁଇଜ୍, ପ୍ରୋଜେକ୍ଟ ୱାର୍କ ବା ପ୍ରକଳ୍ପ କାର୍ଯ୍ୟ , କବିତା ଲିଖନ , କଳା ସଂସ୍କୃତି ଉପରେ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ଗ୍ରାମ ର ପୁରୁତନ ଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ, ପିଟିଏ, ଏମଟିଏ,. ଏସଏମସି ର ସଦସ୍ୟ ସଦସ୍ୟା ତଥା ମୁଖ୍ୟ ଅତିଥି ତିଳୋତ୍ତମା ଗୁରୁ ଉଦ୍ଘାଟନ କରି ଦ୍ଵିପ ପ୍ରଜୂଳନ କରିଥିଲେ । ଶେଷରେ । ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେଘ ନାଦ ଜାନୀ ସ୍ଵାଗତ ସମ୍ବର୍ଦ୍ଧନା ବକ୍ତବ୍ୟ ଜ୍ଞାପନ କରିଥିଲେ ।
ଏତଦ୍ ବ୍ୟତୀତ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ନାୟକ ଓ ସୁନୀତା ନାୟକ (ସହକାରୀ ଶିକ୍ଷୟତ୍ରୀ) ଆଜିର ଦିବସ ଉପଲକ୍ଷେ ସୁନ୍ଦର ଅଭିଭାଷଣ ରଖିଥିଲେ । ଏତଦ୍ ବ୍ୟତୀତ ପତ୍ରକାର ଶ୍ରୀଯୁକ୍ତ ଚନ୍ଦନ ରାଉତରା ଉକ୍ତ ଉତ୍ସବରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ସହିତ ଖାତା, କଲମ ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଓଡିଶା ସରକାରଙ୍କ ପତ୍ରାଙ୍କ ଅନୁଯାଇ ୧୧ ଘଟିକା ସମୟରେ ” ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା । ସର୍ବଶେଷରେ ସମସ୍ତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।