Skip to content

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନୟାଗଡରେ ଶ୍ରମିକ ଓ କୃଷକଙ୍କ ହରତାଳ

ସର୍ବଭାରତୀୟ ଆହ୍ୱାନ କ୍ରମେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ଼ ୟୁନିଅନ ସମୁହ ନେତୃତ୍ଵରେ ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ପଟୁଆର ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସଭା କରାଯାଇଛି । ସି.ଆଇ.ଟି.ୟୁ.ର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶ୍ରମିକ ସଙ୍ଗଠକ ଶ୍ରୀକାନ୍ତ ପଟ୍ଟନାୟକ, ପବିତ୍ର ଇନ୍ଦ୍ରଜିତ, କୁଳମଣି ପୃଷ୍ଟି, ଏସ୍ ଏ କରିମ୍, ବୁଦ୍ଧି ନାୟକ, ଗୋପିନାଥ ଜେନା, କମଳା ତ୍ରିପାଠୀ, ବିଭୁତି ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରର କଳା କୃଷି ଆଇନ, ଶ୍ରମିକ ବିରୋଧୀ ଶ୍ରମକୋଡ୍‌ ବିରୋଧରେ କୁଟ ସମାଲୋଚନା କରିବା ସହିତ ଉକ୍ତ କଳା କାନୁନ ପ୍ରତ୍ୟାହାର ନହେଲେ ରାଜ ରାସ୍ତାଠୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ବକ୍ତା ମାନେ ଦୃଢୋକ୍ତି କରିଥିଲେ ।

ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପ୍ରଶାସନ କୁ ଦାବିପତ୍ର ଦେଇ ମଧ୍ଯାହ୍ନ ଭୋଜନ ପାଚିକା ଓ ସହାୟିକା ଙ୍କ ବେତନ ବୃଦ୍ଧି,ନିୟମିତ ଭତ୍ତା ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1