କେସି କ୍ଳବ ପରିସର ରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ,

ନୟାଗଡ଼ ଜିଲ୍ଲା ର ସର୍ବ ପୁରାତନ ତଥା ଅଗ୍ରଣୀ ଅନୁଷ୍ଠାନ କେସି କ୍ଳବ ର ସାଧାରଣ ପରିଷଦ ବୈଠକ9ଘଟିକା ରେ ଅନୁଷ୍ଠିତ ହୋଇଛି, କ୍ଳବ ସଭାପତି ଭାଗୀ ରଥି ଦାସ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ବୈଠକ ରେ କ୍ଳବ ର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନା କରାଯିବ ସହିତ ଏହା ଉପରେ ସଦସ୍ୟ ମାନେ ଆଲୋଚନା କରିଥିଲେ, କ୍ଳବ ର ପଶ୍ଚିମ ପାର୍ଶ୍ଵ ରେ ସିଡ଼ିଘର ନିର୍ମାଣ ସହିତ ଉପରେ ଏକ ଡର୍ମିଟୋରି ନିର୍ମାଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା, ଏହା ସହିତ ଆଗାମୀ ଦିନ ରେ ଏକ ମାଗଣା ସ୍ଵାସ୍ତ୍ୟ ଶିବିର କ୍ଳବ ପକ୍ଷରୁ ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା,ସେହିପରି କ୍ଳବ ର ଉର୍ନତି ପାଇଁ ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ, ଏହି ବୈଠକ ରେ ଉପ ସଭାପତି ଭବାନି ଶଙ୍କର ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ,ସହ ସମ୍ପାଦକ ଚନ୍ଦନ ମହାପାତ୍ର,କୋଷାଧକ୍ଷ ସାରଦାପ୍ରସନ ମହାପାତ୍ର,ପ୍ରମୁଖ ମଂଚାସୀନ ଥିବାବେଳେ କ୍ଳବ ର ବହୁ ସଦସ୍ୟ ଉପସ୍ଥିତ ଥିଲେ

You might also like