ଶିକ୍ଷା ପରିଷଦ ଓଡିଶା ଦ୍ୱାର ଆୟୋଜିତ ଚଳିତ ବର୍ଷର ତୃତୀୟ,ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ କେ.ଏସ.ବି ପବ୍ଲିକ ସ୍କୁଲ ଶରଣକୁଳର ମୋଟ ୧୧ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ସୂର୍ଯ୍ୟବ୍ରତ ପ୍ରଧାନ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ବୁଧବାର ଏହି କୃତି ବୃତ୍ତି ଧାରୀ ମାନଙ୍କୁ ସ୍କୁଲ ପରିସରରେ 3ଘଟିକା ସମୟ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ସନ୍ତୋଷିନୀ ପ୍ରଧାନ, ଓମ ପ୍ରତ୍ୟୁଷ ସ୍ୱାଇଁ, ସୃତି ସ୍ଵାଗତିକା ଦାଶ, ଶ୍ରେୟାଂଶୁ ଶେଖର ମୁଦୁଲି ମେଧାବୃତ୍ତି ହାସଲ କରିଥିବା ବେଳେ ପଞ୍ଚମ ଆଦିତ୍ୟ ପ୍ରସାଦ ସାହୁ, ଶୁଭଲକ୍ଷ୍ମୀ ମହାପାତ୍ର, ସାଇପ୍ରିୟା ଦାଶ ଓ ସପ୍ତମ ଶ୍ରେଣୀର ସୂର୍ଯ୍ୟବ୍ରତ ପ୍ରଧାନ, ପ୍ରେମଜିତ ପାତ୍ର, ହରପ୍ରିୟା ମୁଦୁଲି ଓ ଅଙ୍କିତା ମହାପାତ୍ର ପ୍ରମୁଖ ୧୧ଜଣ ଛାତ୍ରଛାତ୍ରୀ ମେଧା ବୃତ୍ତି ହାସଲ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି l ସ୍କୁଲ ପରିସରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟକ୍ଷ ନୀଳମାଧବ ତ୍ରିପାଠୀ , ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବୃତ୍ତିଧାରୀ ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି l