କୋଟଗଡ଼ଠାରେ ମଦ ବିକ୍ରି ବନ୍ଦ ନିମନ୍ତେ ଜନ ଶୁଣାଣି ଶିବିର ରେ ଉପ ଜିଲାପାଳଙ୍କୁ ଅଭିଯୋଗ କଲେ ମହିଳା

ଆଜି 11ଘଟିକା ସମୟରେ କୋଟ ଗଡ଼ ଗ୍ରାମର 50ରୁ ଉର୍ଧ୍ଵ ମହିଳା ଜିଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି କୋଟଗଡ଼ ଗ୍ରାମ ରେ ମଦ ବିକ୍ରି ବନ୍ଦ କୁ ନେଇ ମଦ ବିକ୍ରି ବନ୍ଦ କରିବା ନିମନ୍ତେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜନ ଶୁଣାଣି ଶିବିର ରେ ଉପଜିଲ୍ଲାପାଳ ଙ୍କୁ ଭେଟି କୋଟ ଗଡ଼ ଗ୍ରାମରେ ବିକ୍ରି ହେଉଥବା ମଦ କୁ ବନ୍ଦ କରିବା ପାଇଁ ଅଭିଯୋଗ କରିଛନ୍ତି, ସୂଚନା ଅନୁଯାୟୀ କୋଟ ଗଡ଼ ଠାରେ କିଛି ବ୍ୟକ୍ତି ଜୋରଦାର ରେ ମଦ ବିକ୍ରି ଚଲାଇ ଥିବା ବେଳେ,

ସେମାନଙ୍କ ଠାରୁ ମଦ କିଣି ମଦ ସେବନ କରିପରିବାର ଲୋକ ପରିବାର ରେ ଗଣ୍ଡଗୋଳ ସୃଷ୍ଟି କରି ଅସାମାଜିକ ପରିସ୍ଥିତିସୃଷ୍ଟି କରୁଛନ୍ତି ଓ ବେଳେ ବେଳେ ବିଭିର୍ନ କାରଣ ର ସୂତ୍ରପାତ ହେଉଛି, ଏହାକୁ ବନ୍ଦ କରିବା ପାଇଁ ଗ୍ରାମର ମହିଳା ଏକତ୍ରିତ ହୋଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଜନ ଶୁଣାଣି ଶିବିର ରେ ଉପଜିଲାପାଳଙ୍କୁ ଅବଗତ କରିବା ସହିତ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମଦ ବିକ୍ରି କୁ ବନ୍ଦ କରିବା ପାଇଁ ନିବେଦନ କରିବା ସହିତ, ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି

You might also like