Skip to content

କୋଡ଼ିଏ କାହାଣିଆ କ୍ରିଦାଶ ପୁର ମୁଖ୍ୟମନ୍ତ୍ରୀ ସଡ଼କ ଶିଳାନ୍ୟାସ,ବାଇକ ଶୋଭାଯାତ୍ରାରେ ସାମିଲ ହେଲେ ମହିଳା

ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କୋଡ଼ିଏ କାହାଣିଆ ଠାରୁ ଢ଼ାମେଣି ଦେଇ କ୍ରିଦାଶପୁର ଓ ବାଲୁଗାଁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୁଲ୍ୟରେ ଏହି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୬ କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୭ କଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ , ସହକାରୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ,ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ଡ.ସାହୁ ଙ୍କ ନେତୃତ୍ବରେ କୋଡ଼ିଏ କାହାଣିଆ ଠାରୁ କ୍ରିଦାଶପୁର ଅଭିମୂଖେ ବିଶାଳା ବାଇକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଶୋଭାଯାତ୍ରାରେ ୩ଶହରୁ ଉର୍ଦ୍ଧ୍ଵ ବାଇକ ସାମିଲ ହୋଇଥିବା ବେଳେ ପ୍ରଥମ ଥର ପାଇଁ ୨୦ରୁ ଉର୍ଦ୍ଧ୍ଵ ମହିଳା ସ୍କୁଟି ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଧାୟକ ଉପସ୍ଥିତ ଜନସାମାଗମକୁ ବକ୍ତବ୍ୟ ପ୍ରଦାନ କରି କ୍ରିଦାଶ ପୁର ପଞ୍ଚାୟତର ଉନ୍ନତୀ ଏବେ ଶିଖର ଛୁଇଁଥିବା କହିଥିଲେ। କ୍ରିଦାଶପୁର ଗାଁ କୁପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସରିଥିବାବେଳେଏହି ମୁଖ୍ୟମନ୍ତ୍ରୀ ସଡ଼କ ପଞ୍ଚାୟତ ବିକାଶ କ୍ଷେତ୍ରରେ ବଳିଷ୍ଠ ମାଧ୍ୟମ ହେବବୋଲି କହିଥିଲେ ।

ଏହା ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ କ୍ରିଦାଶପୁର ଆଗୁଆବୋଲି ଆଜିପରିଚୟ ଦେଇଛି। ପ୍ରଥମଥର ପାଇଁ ବାଇକ ଶୋଭାଯାତ୍ରରେ ମହିଳା ସାମିଲ ହୋଇ ଶିକ୍ଷା ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଏବଂ କର୍ମୀ ସାମିଲ ହୋଇଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1