କ୍ରୀଡା, ସାଂସ୍କୃତିକ ଓ ସାମାଜିକ, କ୍ରିୟା ଶିଳତା ସମ୍ପର୍କରେ ଆଲୋଚନା

ରାଜ୍ୟ ସରକାର କ୍ରୀଡା ଭିତିଭୁମି ବୃଦ୍ଧି କରିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କ୍ରିୟାଶୀଳତା କୁ ଗୁରୁତ୍ୱ ଦେଉଛନ୍ତି, ଯୁବକ ତଥା ଛାତ୍ର ଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁ ଛନ୍ତି, ଏନେଇ ବିଭିର୍ନ ମହାବିଦ୍ୟାଳୟ କୁ ଅନୁଦାନ ମଧ୍ୟ ପ୍ରଦାନ କରାଯାଉଛି, ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନ ରେ ଥିବା ସମସ୍ତ ମହାବିଦ୍ୟାଳୟ ଅଧକ୍ଷ ଙ୍କୁ ନେଇ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି,

ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧକ୍ଷ ଅଶ୍ୱିନୀ କୁମାର ନାୟକ ଙ୍କ ସମେତ ଅନେକ ଉପସ୍ଥିତ ଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କ୍ରିୟା ଶିଳତା ପାଇଁ ଆସିଥିବା ଅନୁଦାନ ର ସଠିକ ବ୍ୟୟ ଉପରେ ଆଲୋଚନା ହୋଇଥିଲା, ଛାତ୍ର ଛାତ୍ରୀ ଙ୍କୁ କିଭଳି ବିଭିର୍ନ ସାମାଜିକ କାର୍ଯ୍ୟ ସହ ଯୋଡ଼ା ଯାଇ ପାରିବ ସେ ନେଇ ବିଧାୟକ ମତ ଦେଇଥିଲେ,ଏନସିସି, ଓ ଏନ ଏସଏସ ଛାତ୍ର ଛାତ୍ରୀ ଙ୍କୁ ସଠିକ ମାର୍ଗ ଦର୍ଶନ ଦିଆ ଯିବା ଉପରେ ଗୁରୁତ୍ୱାରୋପ କରିଥିବା ସୂଚନା ମିଳିଛି

You might also like