ନୟାଗଡ଼ ଜିଲ୍ଲା ର ଜମାକାରୀ ପ୍ରତିନିଧିମାନେ ଗୁଣ୍ଡିଚା ମନ୍ଦିର ସମ୍ମୁଖକାର୍ଯ୍ୟାଳୟ ରେ11ଘଟିକା ସମୟ ଏକ ଜରୁରି ବୈଠକରେ ସମସ୍ତ ସଦସ୍ୟ ସାମିଲ ହୋଇ ନିର୍ବାଚିତ ରାଜ୍ୟସରକାରଙ୍କୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ପ୍ରତି ସହାନୁଭୂତି ପୁର୍ଣ୍ଣ ସହଯୋଗ ତଥା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ଜମାକାରିମାନଙ୍କୁ ତହସିଲ ମାଧ୍ଯମରେ ଚିହ୍ନଟ କରିବାକୁ ଦାବି ଜଣାଇଥିଲେ !ମିଳିତ ମଞ୍ଚର ରାଜ୍ୟ ଉପସଭାପତି ତଥା ଯୁଗ୍ମ ଆବାହକ ବିଭୁଦତ୍ତ ମିଶ୍ର ଯୋଗ ଦେଇ ନୟାଗଡ ଜିଲ୍ଲା ର ଆଗଧାତିର ନେତୃତ୍ୱମାନେ ଏକତ୍ରିତ ହୋଇ ଜମାରାଶି ଫେରସ୍ତ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗର କରିବାକୁ ଆହ୍ୱାନ ଦେଇଥିଲେ !
କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କ ଦୀର୍ଘ ୧୧ବର୍ଷ ଆନ୍ଦୋଳନ କୁ ଚପାଇ ଦେବା ପାଇଁ BJD ସରକାର ବାରମ୍ଵାର ମିଥ୍ୟା ପ୍ରତିଶୃତି ଓ ପ୍ରତାରଣା କରି ଥିବାରୁ ଜମାକାରୀ ଉକ୍ତ ସରକାରଙ୍କ ପ୍ରତି ବିମୁଖ ହୋଇ ତଥା Bjp ଦଳର ନିର୍ବାଚନି ଇସ୍ତାହାରକୁ ବିଶ୍ଵାସ କରି ସରକାର ପରିବର୍ତ୍ତନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ! ଅନ୍ୟପକ୍ଷରେ Bjp ଦଳ ସଭାପତି ସରକାର ଗଢିବାର ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଅଧ୍ୟାଦେଶ ଜାରି କରି ଜମାରାଶି ଫେରସ୍ତ କରିବାକୁ ପ୍ରତିଶୃତି ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ ! ତେଣୁ ରାଜ୍ୟ ସରକାର ନିଜର ବଚନବଦ୍ଧତାକୁ ପ୍ରମାଣିତ କରିବା ପାଇଁ ନୟାଗଡ଼ ଜିଲ୍ଲା ମିଳିତ ମଞ୍ଚ ତରଫରୁ ଦୃଢ଼ ଦାବି କରାଯାଉଛି ଅନ୍ୟଥା ସରକାରଙ୍କୁ ତାଙ୍କ ପ୍ରତିଶୃତି ମନେପକାଇଦେବାକୁ ଜମା କାରି ମାନେ ଯଥାଶୀଘ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣଭାବରେ ଦାବି ଜଣାଇବାକୁ ବାଧ୍ୟ ହେବେ |
ଉପସ୍ଥିତ ନେତ୍ରୁ ମଣ୍ଡଳି ଯଥା ସଭାପତି ଚଣ୍ଡାଳ ପ୍ରଧାନ ‘ଜିଲ୍ଲାଆବାହକ ସଞ୍ଜୟ ମହାପାତ୍ର,କୁଳମଣି ପୃଷ୍ଟି, କୃଷ୍ଣଚନ୍ଦ୍ର ଲେଙ୍କା, ବସନ୍ତ କୁମାର ସାହୁ, ପ୍ରସନ୍ନ ବେହେରା ପ୍ରମୁଖ ଯୋଗଦେଇ ଆନ୍ଦୋଳନକୁ ଅଧିକ ଶାଣିତ କରିବାପାଇଁ ନିଷ୍ପତି ନେଇଥିଲେ।