Skip to content

ଖଇରପଟି ଗ୍ରାମରେ ବିଜେ ବାବା ବାଲୁଙ୍କେଶ୍ୱର ଙ୍କ ଉଦଣ୍ଡ ଯାତ୍ରା ପାଳିତ,

ନୟାଗଡ଼ ବ୍ଳକ ଅନ୍ତର୍ଗତ ଖଇରପଟି ଗ୍ରାମ ରେଦୀର୍ଘ 100ବର୍ଷ ରୁ ଉର୍ଦ୍ଧ ପରମ୍ପରା କୁବଜାୟ ରଖି ଗ୍ରାମବାସୀ ଙ୍କ ସହାୟତା ରେ ବିଜେ ବାବା ବାଲୁଙ୍କେଶ୍ୱର ଙ୍କ ଉଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଛି,

ଦୀର୍ଘ 15ବର୍ଷ ରୁ ଉର୍ଦ୍ଧ ଗ୍ରାମବାସୀ ଏହି ଉଦଣ୍ଡ ଯାତ୍ରା କୁ ସୁଚାରୁ ରୂପେ, ତଥା ପରମ୍ପରା ଅନୁଯାୟୀ ପୂଜା ଅର୍ଚନା ସହ ଦୀର୍ଘ 7ଦିନଧରି ପାଟଭଗତା, ପାଟ ଦଣ୍ଡୁଆ, ମାନସିକ ଧାରୀ ଦଣ୍ଡୁଆ ମାନଙ୍କୁ ନେଇ ଵିଧି ପାଳନ କରୁଥିବା ଦେଖିବାକୁ ମିଳିଛି,ଉଦଣ୍ଡ ଯାତ୍ରା ଆଜି,6ଦିନ ରେ ପହଂଚି ଥିବା ବେଳେ ସାତ ଦିନ ରେ ଯାତ୍ରା ଶେଷ ହେବ, ପରମ୍ପରା ଅନୁଯାୟୀ ପୂଜା ଅର୍ଚନା,ମାନସିକ ଧାରୀ ଦଣ୍ଡୁଆ ମାନଙ୍କୁନେଇ ବିଭିର୍ନ କାର୍ଯ୍ୟକ୍ରମ ସହିତ, ଖଟଚାଳନା,, ଠାକୁର ଙ୍କ ଜମି ଚାଷ ସହିତ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନିଷ୍ଠା ର ସହ ମାନସିକ ପୂରଣ ନିମନ୍ତେ ବିଶେଷ ଆକର୍ଷଣ କଣ୍ଟାଗଛ ଉପରେ ଗଡ଼ିବା, ବାବା ଙ୍କ ଅସ୍ଥାନ ସଫେଇ କରିବା କାର୍ଯ୍ୟ କ୍ରମ ପାଳନ କରିଥାନ୍ତି, ଏଥି ସହ ଗ୍ରାମରେ ଉଦଣ୍ଡ ଯାତ୍ରା ତଥା ମାନସିକ ଧାରୀ ଦଣ୍ଡୁଆ ଭକ୍ତ ଙ୍କ ବହୁ ପରୀକ୍ଷା ଦେଖିବା ପାଇଁ ଗ୍ରାମ ଉତ୍ସବ ମୁଖର ହୋଇ ଉଠି ଥିବା ବେଳେ ଗ୍ରାମ ରେ ଜନ ଗହଳି ଦେଖିବାକୁ ମିଳିଛି, ତତ ସହିତ କଣ୍ଟା ଉପରେ ଭକ୍ତ ପରୀକ୍ଷା ଦେବା ଦେଖିବା ପାଇଁ ଜନ ଗହଳିସହ ବିଶେଷ ଆକର୍ଷଣ ହୋଇଥିବା ସୂଚନା ମିଳିଛି.,

Ad 1