ଖଣ୍ଡପଡ଼ା ଏନଏସିରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ଶେଷଫାଳଫଳ ଘୋଷଣା କେବେ


ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ସ୍ବତନ୍ତ୍ର ବୈଠକ ଏବଂ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସ୍ଥିତ ଥିବା 10ଜଣ କାଉନସିଲର ମାନଙ୍କ ମଧ୍ୟରୁ୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦାନ ସାବ୍ୟସ୍ତ ସାବ୍ୟସ୍ତ କରିଥିଵା ବେଳେ । ଖଣ୍ଡପଡ଼ା ଏନ୍ ଏସି ର 13ଜଣ କାଉନସିଲର ମାନଙ୍କ ମଧ୍ୟରୁ 3ଜଣ ଓ ଅଧ୍ୟକ୍ଷା ଅନାସ୍ଥା ଭୋଟଗ୍ରହଣ ବେଳେ ଅନୁପସ୍ଥିତ ଥିବା ପ୍ରଶାସନ ସୃତ୍ରରୁ ଜଣାପଡିଛି ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ୧୧ଟା ବେଳେ ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକ ଏବଂ ମତଦାନରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଥିବା ନେଇ ସୂଚନା ମିଳିଥିବା ଉପଜିଲ୍ଲାପାଳ ଏ ନେଇ ପ୍ରତିକ୍ରିୟା ଦେବାକୁ ମନାକରିଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ କୋର୍ଟରେ ମାମଲା ଥିବାରୁ ଫଳାଫଳ ଘୋଷଣା ହୋଇନଥିବା କହିଛନ୍ତି। ତେବେ ଅନାସ୍ଥା ସପକ୍ଷରେ ଭୋଟ ଦେଇ କାଉନସିଲରମାନେ ଆଜିର ଅନାସ୍ଥା ପ୍ରସ୍ତାବ ମତଦାନ ପରେ ଗତ ୨ ମାସ ଧରି ଅଧ୍ୟକ୍ଷା ଏବଂ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଅବସାନ ଘଟିଥିବା ଚର୍ଚା ହେଉଛି। ଏନ୍ ଏସି କାର୍ଯ୍ୟାଳୟ ସମ୍ମୁଖରେ 144ଧାରା ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ତେବେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଭୋଟ ଫଳାଫଳ ଘୋଷଣା କେଵେ ହେବ ସେ ନେଇ ପ୍ରଶାସନିକ ଅଧିକାରୀମାନେ କୈାଣସି ସୂଚନା ଦେଇନଥିବା ଜଣାପଡିଛି

You might also like